Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବିଜେପି ପାଇଁ ପ୍ରଚାର କଲେ ‘ଦ ଗ୍ରେଟ ଖଲି’ : ବିଦେଶୀ ନାଗରିକ କହି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଟିଏମସି

28/04/2019 at 6:50 PM

କୋଲକାତା ୨୮/୪ : ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି ଦ ଗ୍ରେଟ ଖଲି | ବିଜେପି ନିର୍ବାଚନ ପ୍ରଚାରରେ ଖଲି ସାମିଲ ହେବାକୁ ନେଇ ତୃଣମୂଳ କଂଗ୍ରେସ ଆପତ୍ତି ଦର୍ଶାଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି | ଏପ୍ରିଲ ୨୬ ତାରିଖରେ ଯୋଧପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅନୁପମ ହାଜରା ନିର୍ବାଚନ ପ୍ରଚାର କରିଥିଲେ | ନିର୍ବାଚନ ପ୍ରଚାରରେ ପହଲଵାନ ଖଲି ମଧ୍ୟ ତାଙ୍କ ସହ ଥିଲେ | ବିଜେପି ଖଲିଙ୍କୁ ପ୍ରଚାର ପାଇଁ ସାଙ୍ଗରେ ନେଇଥିବା ଯୋଗୁଁ ନିର୍ବାଚନ ଆୟୋଗଙ୍କୁ ଏକ ଲିଖିତ ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ |


ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ, ଖଲିଙ୍କ ପାଖରେ ଆମେରିକାର ନାଗରିକତା ରହିଛି | ସେଥିପାଇଁ ଆଇନ ଅନୁଯାୟୀ ସେ ଜଣେ ବିଦେଶୀ ଏବଂ ଦଳ କୌଣସି ବିଦେଶୀଙ୍କ ସହ ପ୍ରଚାର କରିପାରିବ ନାହିଁ ବୋଲି କହିଥିଲା ଟିଏମସି | ଜଣେ ବିଦେଶୀ ଭାରତୀୟ ଭୋଟରଙ୍କୁ ପ୍ରଭାବିତ କରିବାର କୌଣସି ଅଧିକାର ନାହିଁ ବୋଲି ଟିଏମସି ଅଭିଯୋଗ କରିଛି |


ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ରାୟଗଞ୍ଜ ଲୋକସଭା ଟିଏମସି ପ୍ରାର୍ଥୀ କହ୍ନେୟା ଲାଲଙ୍କ ପ୍ରଚାରରେ ବାଂଲାଦେଶୀ ଅଭିନେତା ଫିରଦୋଷ ଅହମଦଙ୍କୁ ନେଇଥିଲା | ଏହାକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା | ଏହାକୁ ଆଚରଣ ବିଧି ଉଲଂଘନ କରିଥିବା କହି ଅଳ୍ପ ସଂଖ୍ୟକ ଭୋଟରଙ୍କୁ ହାତେଇବା ପାଇଁ ଟିଏମସି ଚାଲ କରିଛି ବୋଲି ଅଭିଯୋଗ କରିଥିଲା ବିଜେପି | ଏହି ମାମଲାରେ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ କହିଥିଲେ ଯେ, ତୃଣମୂଳ କଂଗ୍ରେସ ନିଜ ଦଳର ପ୍ରଚାର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବ | ଏହି ପ୍ରସଙ୍ଗରେ ଗୃହମନ୍ତ୍ରାଳୟ ତୃଣମୂଳ କଂଗ୍ରେସକୁ ଜବାବ ମଧ୍ୟ ମାଗିଥିଲେ |


ଆଦର୍ଶ ଆଚରଣ ବିଧିରେ ବିଦେଶୀ ନାଗରିକଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ଭାବେ କୁହାଯାଇନାହିଁ | ସେଥିପାଇଁ ଏହି ମାମଲାର ନିଷ୍ପତ୍ତି ନିର୍ବାଚନ ଆୟୋଗଙ୍କ ଉପରେ ହିଁ ନିର୍ଭର କରେ |

   Related Posts