ଅନ୍ତର୍ଜାତୀୟ ମହିଳା ଦିବସରେ ନିର୍ଭୟାଙ୍କୁ ବଡ଼ ଉପହାର: ଗଙ୍ଗାନଦୀ ଘାଟ ପାଲଟି ଗଲା ଅଦାଲତ...

Published By : Prameya-News7 Bureau | March 08, 2020 IST

ବାରାଣସୀ୮/୩: ନିର୍ଭୟା ଦୋଷୀଙ୍କ ବିରୋଧରେ ଦିଲ୍ଲୀ ପଟିଆଲ କୋର୍ଟ ଚତୁର୍ଥ ଥର ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି କରିଛି। ଚାରି ଦୋଷୀଙ୍କ ଫାଶୀ ପୂରା ଦେଶ ଅପେକ୍ଷା କରିଛି। ହେଲେ ରବିବାର ଅର୍ଥାତ ଆଜି ନିର୍ଭୟା ଦୋଷୀଙ୍କ ଫାଶୀକୁ ନେଇ ଏକ ଚିତ୍ର ସାମ୍ନା ଆସିଛି। ଅନ୍ତର୍ଜାତୀୟ ମହିଳା ଦିବସରେ ବାରାଣସୀର ଗଙ୍ଗା ନଦୀ ଘାଟ ନିକଟରେ  ୪ ଦୋଷୀଙ୍କ କୁଶପୁତଳିକା ବେଗରେ ଫାଶୀ ଲଗାଇ ଖୁସି ମନାଇଛନ୍ତି। ଗଙ୍ଗା ନଦୀ ଘାଟରେ ଅଦାଲତ, ବିଚାରପତି ଓ ଉଭୟଙ୍କ ଓକିଲ ସ୍ଥାପନ ହୋଇଥିଲା।ଏକ ନାଟକୀୟ ଢ଼ଙ୍ଗରେ ମଞ୍ଚ କରି ନିର୍ଭୟା ଦୋଷୀଙ୍କ କୁଶପୁତଳିକାକୁ ରଶି ଲଗାଇ ଫାଶୀ ଦେଇଥିଲେ।

{"id":235172,"sizeSlug":"large"}

ଏହି ନାଟକରେ ଜଣେ ବୃଦ୍ଧାଙ୍କୁ ନିର୍ଭୟାଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ। ନିର୍ଭୟା ମାମଲାରେ ବାରମ୍ବାର ଦୋଷୀଙ୍କ ଫାଶୀ ତାରିଖ ଟିଳିବା ପରେ ଗଙ୍ଗା ନଦୀ ଘାଟରେ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଥିଲା।ନିର୍ଭୟା ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟ୍‌ରେ ଫାଶୀ ଦିଆଯିବ।

{"id":235173,"sizeSlug":"large"}

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଛି। ଆସନ୍ତା ୨୦ ତାରିଖ ସକାଳ ସାଢେ ୫ଟାରେ ସେମାନଙ୍କୁ ଫାଶୀ ଦିଆଯିବା ନେଇ ଗୁରୁବାର କୋର୍ଟ କହିଛନ୍ତି। ଏହା ମଧ୍ୟରେ ନିର୍ଭୟାଙ୍କ ମାଆ ଆଶା ଦେବୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଦୋଷୀଙ୍କୁ ନିର୍ଧାରିତ ହୋଇଥିବା ଦିନ ଫାଶୀଖୁଣ୍ଟରେ ଝୁଲାଯିବ ବୋଲି ଆଶା ରହିଛି। ୨୦ ମାର୍ଚ୍ଚର ସକାଳ ହିଁ ତାଙ୍କ ଜୀବନର ସବଠାରୁ ଭଲ ସକାଳ ହେବ। ମରିବା ପୂର୍ବରୁ ନିର୍ଭୟା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ନିବେଦନ କରିଥିଲେ। ଯଦି ସୁଯୋଗ ମିଳେ ତେବେ ସେମାନଙ୍କ ମୃତ୍ୟୁ ମଧ୍ୟ ନିଜ ଆଖିରେ ଦେଖିବାକୁ ଇଚ୍ଛା ଅଛି ବେଲି ଆଶାଦେବୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.