Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନବରଙ୍ଗପୁରରେ ଦୁଇ ଗାଁ ମଧ୍ୟରେ ତୁଟୁନି ମଶାଣି ବିବାଦ; ଶବକୁ ପୋତିଲା ପୋଲିସ, ଘଟଣାସ୍ଥଳରେ ଜିଲ୍ଲାପାଳ ଏସପି ଉପସ୍ଥିତ

21/09/2018 at 12:08 PM

ନବରଙ୍ଗପୁର ୨୧/୯ : ନବରଙ୍ଗପୁର ରାଇଘର ବ୍ଲକ ଧଡ଼ରପରା ଓ ଚିତ୍ରକଟି ଗାଁ ମଧ୍ୟରେ ତୁଟୁନି ମଶାଣୀ ବିବାଦ |
ଗତକାଲି କୌଣସି ସମାଧାନ ନବାହାରିବାରୁ ଶବକୁ ପୋଲିସ ପୋତିଥିଲେ | ବିଳମ୍ବିତ ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ ଜମିରେ ମୃତଦେହ ପୋତିଥିଲା ପୋଲିସ | କାହାରିଙ୍କୁ ନଜଣାଇ ଶବ ପୋତିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି | ରାଇଘରଠାରେ ପୁଣି ଧାରଣାରେ ବସିଛନ୍ତି ଗ୍ରାମବାସୀ | ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ଉପସ୍ଥିତି ଅଛନ୍ତି |
ଗତକାଲି ପ୍ରଶାସନ ସହ ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରିନଥିଲା । ରାତିରେ ବର୍ଷା ହେବାରୁ ପୋଲିସ ଶବଟିକୁ ନେଇ ଗାଁରେ ଜଣେ ବ୍ୟକ୍ତିଙ୍କ ଜମିରେ ପୋତି ଦେଇଥିଲେ । ପରିବାରର ଜଣେ ସଦସ୍ୟଙ୍କୁ ସାଙ୍ଗରେ ନେଇ ଶବ ପୋତିବା ସହ ତାଙ୍କୁ ୭ ହଜାର ଟଙ୍କା ଦେଇଥିଲେ । ତେବେ ସମସ୍ୟାର ସମାଧାନ ନକରି, କାହାରିଙ୍କୁ ନଜଣାଇ ପରିବାରର ଜଣେ ସଦସ୍ୟଙ୍କୁ ଜବରଦସ୍ତ ସାଙ୍ଗରେ ନେଇ ପୋଲିସ ଶବଟିକୁ ପୋତି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଉତ୍ତେଜନା ଦେଖାଦେଇଛି ।

   Related Posts