ଘରୋଇ କଂପାନୀରେ ଚାକିରି କରୁଥିବା ଯୁବଗୋଷ୍ଠୀ ଏଣିକି ପାଇବେ ଅନେକ ଫାଇଦା, ବାରମ୍ବାର ଚାକିରି ବଦଳେଇବାକୁ କରିବେନି ମନ

Published By : Prameya-News7 Bureau | February 02, 2019 IST

୨୦୧୯/୨୦ ମସିହା ଆର୍ଥିକ ବର୍ଷପାଇଁ ସାଧାରଣ ବଜେଟ ଯୁବଗୋଷ୍ଠୀଙ୍କୁ କରିବ ପ୍ରୋତ୍ସାହିତ । ଘରୋଇ କଂପାନୀରେ ଚାକିରି କରୁଥିବା ଯୁବବର୍ଗ ଏଣିକି ପାଇବେ ଅନେକ ଫାଇଦା । ଆଉ ବାରମ୍ବାର କରିବାକୁ ପଡ଼ିବନି ଚାକିରି ପରିବର୍ତ୍ତନ । କାରଣ ବଜେଟରେ ଘରୋଇ ଚାକିରି ପାଇଁ ଗ୍ରାଚ୍ୟୁଟିର ପରିମାଣ ୧୦ଲକ୍ଷରୁ କରାଯାଇଛି ୨୦ ଲକ୍ଷ ।

ସାଧାରଣ ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ନେଇଛନ୍ତି ଏହି ପଦକ୍ଷେପ । ସେ ସାଧାରଣ, ମଧ୍ୟମବର୍ଗରେ ଘରୋଇ ଚାକିରି ସହିତ ଥିବା ଲୋକଙ୍କ ପାଇଁ ଦେଇଛନ୍ତି ଏହି ଉପହାର ।

ଘରୋଇକ୍ଷେତ୍ରରେ ଚାକିରି କରିଥିବା ଯୁବବର୍ଗମାନେ ବିଭିନ୍ନ କାରଣରୁ ବାରମ୍ବାର କର୍ମସଂସ୍ଥାନ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି । ନିଜର ଫାଇଦା ପାଇଁ କିମ୍ବା କର୍ମକ୍ଷତ୍ରରେ ଆତ୍ମସନ୍ତୁଷ୍ଟି ମିଳିବା ପାଇଁ ଏହି ପରିବର୍ତ୍ତନ ଏଣିକି ସେମାନଙ୍କୁ କ୍ଷତିରେ ପକାଇବ । ଯଦି ସେମାନେ ଗୋଟିଏ ସ୍ଥାନରେ ଚାକିରିରେ ଅଧିକ ସମୟ ଧରି ରୁହନ୍ତି, ତାହେଲେ କିଛି ଅସୁବିଧା ହେବାର ନାହିଁ । ବଂର ମିଳିବ ଅନେକ ଫାଇଦା ।

ଗ୍ରାଚ୍ୟୁଟି ରାଶି ବଢ଼ିବା ଫଳରେ ଜଣେ ସଂସ୍ଥା ବଦଳାଇବା ପାଇଁ ଇଚ୍ଚା ପ୍ରକାଶ କରିବା ନାହିଁ  । ଏହା ସହିତ ଜଣେ ମଧ୍ୟ ନିଜର ଭାଗ୍ୟ ବଦଳାଇପାରିବ । ଯଦି ଜଣେ ଗୋଟିଏ ସଂସ୍ଥାରେ ଅଧିକ ସମୟ ଧରି କାମ କରୁଥାଏ, ତାହେଲେ ପାଇପାରିବ ମୋଟା ଅଂକର ଏହି ରାଶି ।

କେନ୍ଦ୍ର ସରକାର ବଢ଼ାଇଥିବା ଏହି ଗ୍ରାଚ୍ୟୁଟି ରାଶି ପରିମାଣ କେନ୍ଦ୍ର ସିଭିଲ ସେବା ଅଧିନିୟମ,୧୯୭୨ ସହ ସମାନ କରିବାକୁ ଯୋଜନା କରୁଛନ୍ତି । ଯାହାଦ୍ଵାରା ଘରୋଇ କର୍ମଚାରୀ ମଧ୍ୟ କାମ କରୁଥିବା ସଂସ୍ଥାରୁ ସମାନ ପ୍ରକାର ସୁବିଧା ପାଇବାକୁ ଯୋଗ୍ୟ ହେବେ ।

ବିଶେଷକରି ଯୁବବର୍ଗ ଏଣିକି ବାରମ୍ବାର ଚାକିରି ବଦଳାଇବାକୁ ଆଉ ଇଚ୍ଚା ପ୍ରକାଶ କରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.