ଅବସର ପରେ ସରକାରୀ ବାସଭବନ ମନା, ନହେଲେ ଦେବାକୁ ପଡିବ ଭଡା, ମିଳିବିନି ଗ୍ରାଚ୍ୟୁଟି

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ,୨୭/୧୨: କୌଣସି କର୍ମଚାରୀଙ୍କ ଉପରେ କିଛି ଅର୍ଥ ବାକି ଥିଲେ ସେମାନଙ୍କର ଗ୍ରାଚ୍ୟୁଟି ଟଙ୍କା ଉପରେ ରୋକ୍ ଲାଗିପାରିବ କିମ୍ବା ଜବତ ମଧ୍ୟ ହୋଇପାରିବ । ଏନେଇ ରବିବାର ଏକ ମାମଲାର ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ ।

ନ୍ୟାୟମୂର୍ତ୍ତି ସଞ୍ଜୟ କେ କୋଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି କୌଣସି କର୍ମଚାରୀ ନିର୍ଧାରିତ ସମୟରୁ ଅଧିକ ସରକାରୀ ଘରକୁ କବଜା କରିଥାନ୍ତି ତେବେ ତାଙ୍କଠାରୁ ଜରିମାନା ସହ ଭଡା ମଧ୍ୟ ନିଆଯିବ । ଯଦି କର୍ମଚାରୀ ଟଙ୍କା ନଦିଅନ୍ତି ତାହେଲେ ଗ୍ରାଚ୍ୟୁଟି ଟଙ୍କା ଉପରେ ରୋକ୍ ଲଗାଯାଇ ପାରିବ ।

ସୂଚନାନୁସାରେ, ୨୦୧୭ରେ ଜଣେ ଡିଭିଜନାଲ ବେଞ୍ଚର କର୍ମଚାରୀଙ୍କ ଗ୍ରାଚ୍ୟୁଟିକୁ ଅବସର ପରେ ସରକାରୀ ବାସଭବନରେ ରହୁଥିବା କାରଣରୁ ବନ୍ଦ କରାଯିବା ବିପକ୍ଷରେ ପ୍ରତିକୂଳ ନିଷ୍ପତ୍ତି  ଶୁଣାଯାଇଥିଲା । କୋର୍ଟ ଗ୍ରାଚ୍ୟୁଟି ତୁରନ୍ତ ଜାରି କରିବାକୁ କହିବା ସହ ସାଧାରଣ ଭଡା ନେବାକୁ କହିଥିଲେ । ଏପରିକି ଜରିମନା ମଧ୍ୟ ଲାଗିନଥିଲା ।

ତେବେ ସଞ୍ଜୟ କେ କୋଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ୨୦୧୭ର ଆଦେଶ ଉପରେ ନିର୍ବର କରିବା ଭୁଲ ଅଟେ । କାରଣ ଏହା ଏକ ନିଷ୍ପତ୍ତି ନୁହେଁ । ସେହି ମାମଲାର ତଥ୍ୟ ଉପରେ ଦିଆଯାଇଥିବା ତଥ୍ୟ ଉପରେ ଏକ ଆଦେଶ ଅଟେ । ୨୦୧୭ର ଆଦେଶକୁ ଏକ ଉଦାହରଣ ଭାବେ ଦେଖାଯାଇପାରିବ ନାହିଁ । କାରଣ ୨୦୦୫ରେ ଚାକିରୀ ସରିବା ପରେ ସରକାରୀ ବାସଭବନକୁ କବଜା କରିଥିବା ଜଣେ କର୍ମଚାରୀଙ୍କୁ ଜରିମାନା ଭରିବାକୁ ପଡିଥିଲା ।

ଏବେ ଯେଉଁ ମାମଲା ସୁପ୍ରିମକୋର୍ଟ ଶୁଣାଣି କରିଥିଲେ ତାହା ଝାଡଖଣ୍ଡ ହାଇକୋର୍ଟଙ୍କ ଏକ ଆଦେଶ ପରେ ସୃଷ୍ଟି ହୋଇଥିଲା । ଯେଉଁଥିରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଜଣେ କର୍ମଚାରୀଙ୍କ ଉପରେ ୧.୯୫ ଲକ୍ଷ ଜରିମାନା ଲଗାଇଥିଲେ । କର୍ମଚାରୀଜଣଙ୍କ ୨୦୧୬ରେ  ଅବସର ନେବା ପରେ ବି ସରକାରୀ ବାସଭବନରେ ରହୁଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.