ବାଲେଶ୍ବର ୪/୮: ନାତିକୁ ଜେଜେମାଆର ନିର୍ଦ୍ଦୟ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ଜେଜେମାଆ। ପିଲାଟିକୁ ନିଜ ହେପାଜତକୁ ନେଇଛି ଜିଲ୍ଲା ଶିଶୁ ମଙ୍ଗଳ କମିଟି । ବାଲେଶ୍ବର ବସ୍ତା ଥାନା ଅନ୍ତର୍ଗତ ଭେଲରା ଗାଁର ରଞ୍ଜନ କୁମାର ଚାନ୍ଦ ଓ ମଧୁସ୍ମିତା ଚାନ୍ଦଙ୍କର ୭ ବର୍ଷର ପୁଅକୁ ଜେଜେମାଆଙ୍କର ଗୋଇଠା ମାଡ଼ ଭିଡିଓ ଭାଇରାଲ ହେବା ପରେ ବାଲେଶ୍ବର ଶିଶୁ ମଙ୍ଗଳ କମିଟିର ୪ ଜଣିଆ ଟିମ୍ ପୋଲିସ ସହାୟତାରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିଛି। ଜେଜେମାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ଜେଜେମାଆଙ୍କୁ ଗିରଫ କରିଛି ବସ୍ତା ପୋଲିସ ।
ଜେଜେମାଆ ମଧ୍ୟ ପିଲାଟିକୁ ମାଡ଼ ମାରିଥିବା କଥା ସ୍ବୀକାର କରିଛି। ସେପଟେ ପିଲାଟିକୁ ଶିଶୁ ମଙ୍ଗଳ କମିଟି ଉଦ୍ଧାର କରିବା ପରେ ବାଲେଶ୍ବର ଉତ୍କଳ ବାଳାଶ୍ରମରେ ରଖାଯାଇଛି। ତାର ବାପ ମାଆଙ୍କୁ ଖବର ଦିଆଯାଇଛି। ବାପ ମାଆ ଚାହିଁଲେ ପିଲାଟିକୁ ନେଇପାରନ୍ତି। ନନଲେ ପିଲାର ରହିବା ବ୍ୟବସ୍ଥା ଜିଲ୍ଲା ଶିଶୁ ମଙ୍ଗଳ କମିଟି କରିବ ବୋଲି ଏହାର ଅଧ୍ୟକ୍ଷ କହିଛନ୍ତି।...