ରାକ୍ଷସୀ ଜେଜେମା-୨ ବର୍ଷର ଶିଶୁକୁ ଛଅ ମହଲା ଉପରୁ ପିଙ୍ଗିଲା

Published By : Prameya-News7 Bureau | October 01, 2019 IST

ମୁମ୍ବାଇ୧|୧୦: ମୁମ୍ବାଇର ସାଲାଡ୍‌ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦୁଇ ବର୍ଷ ଶିଶୁକୁ ହତ୍ୟା କଲା ଜେଜେ ମାଆ। ହତ୍ୟାକାରୀ ଜେଜେ ମାଆକୁ ପୋଲିସ ଗିରଫ କରିଛି। ତଦନ୍ତରେ ଜଣାପଡିଛି ଯେ, ଅଭିଯୁକ୍ତ ମହିଳାର ୨ଜଣ ନାତି ଓ ନାତୁଣୀ ଥିଲେ। ଏମାନେ ସବୁ ବେଳେ ଖେଳକୁଦ କରିବା ସହ ପରସ୍ପର ମଧ୍ୟରେ ଝଗଡ଼ା ଲାଗୁଥିଲେ। ଏଥିରେ ବିରକ୍ତି ହୋଇ ୨ ବର୍ଷର ଶିଶୁକୁ ୬ ମହଲା ଉପରକୁ ପିଙ୍ଗି ଜେଜେ ମାଆ ହତ୍ୟା କରିଥିଲା।

ଗିରଫ ଅଭିଯୁକ୍ତ ମହିଳାଙ୍କ ନାଁ ରୁଖସାନା ଅନସାରୀ। ଶନିବାର ସକାଳୁ ୨ ବର୍ଷ ଛୋଟ ଝିଅର ଶବ ଆପାର୍ଟମେଣ୍ଟର ପରିସରରୁ ମିଳିଥିଲା। ପ୍ରଥମରୁ ପୋଲିସ ଅନୁମାନ କରୁଥିଲେ ଯେ ଛୋଟ ଝିଅଟି ଛାତ ଉପରୁ ପଡ଼ିଯାଇଥିବ। କିନ୍ତୁ ଶିଶୁର ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ୨ ବର୍ଷର ଛୋଟ ଶିଶୁଟିକୁ ୬ ମହଲା ଉପରୁ ତଳକୁ ପିଙ୍ଗି ଜେଜେ ମାଆ ହତ୍ୟା କରିଥିବା  କଥା ସ୍ପଷ୍ଟ ହୋଇଥିଲା। ହତ୍ୟାକାରୀ ଜେଜେ ମାଆର ମିଛ ଅଧିକ ଦିନ ପର୍ଯ୍ୟନ୍ତ ଲୁଚି ରହି ନଥିଲା। ପୋଲିସର ସନ୍ଧାନକାରୀ ଆଖି ଶେଷରେ ଜେଜେ ମାଆ ଉପରେ ପଡିଥିଲା। ଖୋଳତାଡ଼ ପ​‌ରେ ହତ୍ୟାକାରୀ ଜେଜେମାଆକୁ  ପୋଲିସ ଗିରଫ କରିଥିଲା।

ହତ୍ୟାକାରୀ ଜେଜେ ମାଆ କହିବା ଅନୁସାରେ ତାଙ୍କ ଝିଅଙ୍କ ଛୋଟ ଝିଅ ଓ ପୁଅ ମଧ୍ୟମରେ ଅଧିକାଂଶ ସମୟରେ ଝଗଡା ଲାଗୁଥିଲେ। ଛୋଟ ଝିଅଟି ଉପରେ ଜେଜେ ମାଆ ବିରକ୍ତି ହୋଇ ୬ ମହଲା ଉପରକୁ ପିଙ୍ଗି ଦେବା କଥା ପୋଲିସା ସାମ୍ନାରେ ହତ୍ୟାକାରୀ ଜେଜେ ମାଆ ସ୍ବୀକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.