ହକି ବିଶ୍ବ କପର ମାସ୍କଟ ଓଲିକୁ କେନ୍ଦୁଝରରେ ଭବ୍ୟ ସ୍ବାଗତ

Published By : Prameya-News7 Bureau | November 09, 2018 IST

କେନ୍ଦୁଝର ୯/୧୧ : ଓଡିଶା ହକି ପୁରୁଷ ବିଶ୍ବକପ ଉପଲକ୍ଷେ ଓଡ଼ିଶା ବ୍ୟାପି ପରିଭ୍ରମଣ କରୁଥିବା ମାସ୍କଟ ଓଲିଙ୍କୁ କେନ୍ଦୁଝର ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭବ୍ୟ ସ୍ବାଗତ କରାଯାଇଛି । ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ହୃଷୀକେଶ ନାୟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ସାଂସଦ ଶକୁନ୍ତଳା ଲାଗୁରିଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରାକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ହକିକୁ ଅଧିକ ପ୍ରସାରିତ କରିବା ସହ ଲୋକଙ୍କ ମଧ୍ୟରେ ହକି ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଓଲି ଜରିଆରେ ଏହି ଶୋଭାଯାତ୍ର କରାଯାଇଛି ବୋଲି ଜିଲାପାଳ ପ୍ରକାଶ କରିଥିଲେ । ଏହି ଶୋଭାଯାତ୍ରରେ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ତଥା ଏନସିସି କ୍ୟାଡେଟ୍‌ ଙ୍କ ସମେତ ବହୁ ଯୁବକ ଯୁବତୀ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.