ଜେଜେ ମାଙ୍କୁ ଚାପୁଡା-ଗୋଇଠା ମାରୁଥିଲା ଜେଜେ ବାପା, ଭିଡିଓ କରି ଭାଇରାଲ୍‌ କରିଦେଲା ନାତି, ମାମଲା ରୁଜୁ କଲା ପୋଲିସ

Published By : Prameya-News7 Bureau | June 11, 2021 IST

ମୁମ୍ବାଇ ୧୧/୬: ଆଜିର ଆଧୁନିକ ଯୁଗରେ ଘର କଳି ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏଥିପାଇଁ ଲୋକେ ମଧ୍ୟ ସଚେତନ ହେଉଛନ୍ତି। ପୋଲିସକୁ ପ୍ରମାଣ ମିଳୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସେମିତି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି। ବୃଦ୍ଧାଙ୍କୁ ତାଙ୍କ ସ୍ବାମୀ ମାଡ଼ ମାରୁଥିବା ବେଳେ ଭିଡିଓ କରିଛି ନାତି। ପରେ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହା ପ​‌ରେ ଭିଡିଓ ଭାଇରାଲ ହେବା ସହ ପୋଲିସ ନଜରରେ ପଡ଼ିଛି। ପୋଲିସ ମାମଲା ରୁଜୁ କରିଥିବା ମଧ୍ୟ ଜଣାପଡ଼ିଛି।

ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଛି, ବୃଦ୍ଧ ଦମ୍ପତ୍ତିଙ୍କ ନାତି ହିଁ ଏହି ଭିଡିଓ ଉତ୍ତୋଳନ କରି ନିଜର ଲୋକଙ୍କୁ ସେୟାର କରିଥିଲା। ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ବୃଦ୍ଧ ନିଜ ସ୍ତ୍ରୀଙ୍କ ସହ ଝଗଡ଼ା କରୁଛନ୍ତି । ଝଗଡ଼ା ଉଗ୍ରରୂପ ନେବା ସହ ବୃଦ୍ଧ ବୃଦ୍ଧାଙ୍କୁ ମାଡ଼ ମାରୁଛନ୍ତି। ବୃଦ୍ଧ ଜଣକ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ଚାପୁଡ଼ା ଏବଂ ପରେ ଗୋଇଠା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏଥିରେ ବୃଦ୍ଧାଜଣଙ୍କ କାନ୍ଦିବାରୁ ବୃଦ୍ଧ ରାଗରେ ବାଲଟିରେ ପ୍ରହାର କରୁଛନ୍ତି। ଘରେ ଅନ୍ୟମାନେ ଏହାକୁ ଦେଖୁଥିବା ବେଳେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। ପାଖ​‌ରେ ଥିବା ବୃଦ୍ଧ ଦମ୍ପତ୍ତିଙ୍କ ନାତି ଏ ସମସ୍ତ ଘଟଣାର ଭିଡିଓ କରିଛନ୍ତି। କିନ୍ତୁ ସେମାନଙ୍କୁ ଏସମ୍ପର୍କରେ ଜଣାନଥିଲା। ମହିଳା ସ୍ବାମୀଙ୍କୁ ବିରୋଧ ମଧ୍ୟ କରିଛନ୍ତି। ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ମହିଳାଙ୍କୁ ଡକାଇଥିଲେ ବି ସେ  ଅଭିଯୋଗ କରିବାକୁ ରାଜି ନଥିଲେ।

ଏନେଇ ଜଣାପଡ଼ିବା ପରେ ଶିବସେନାର ସ୍ଥାନୀୟ ନେତା ଦମ୍ପତ୍ତିଙ୍କ ଘରେ ପହଞ୍ଚିଥିଲେ। ତାଙ୍କୁ ମହିଳା ଜଣଙ୍କ କହିଥିଲେ ଏହା କୌଣସି ନୂଆ ମାମଲା ନୁହେଁ। ତାଙ୍କ ସ୍ବାମୀ ପ୍ରତି ଦିନ ତାଙ୍କୁ ମାରପିଟ୍‌ କରୁଛନ୍ତି। ସେମାନଙ୍କ ନାତି ଭିଡିଓ କରି ନିଜ ସ୍କୁଲ୍‌ ଗ୍ରୁପ୍‌ରେ ସେୟାର କରିବା ପରେ ସମସ୍ତ ମାମଲା ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.