ସମ୍ପତ୍ତି ପାଇଁ ଅଜାକୁ ହତ୍ୟା କଲା ସମ୍ପର୍କୀୟ ନାତି

Published By : Prameya-News7 Bureau | May 11, 2019 IST

ଲମତାପୁଟ ୧୧|୫: ସମ୍ପତ୍ତି ପାଇଁ ଅଜାକୁ ହତ୍ୟା କଲା ସମ୍ପର୍କୀୟ ନାତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଚାରାଗୁଡା ଗାଁରେ । ଘରେ ଶୋଇଥିବା ବେଳେ ତଣ୍ଟି ଚିପି ହତ୍ୟା କରିଛି ନାତି । ମୃତକ ହେଲେ ଭଗବାନ ଖିଲ । ଘରେ ଶୋଇଥିବା ବେଳେ ସମ୍ପର୍କୀୟ ନାତି କୁମ ଗୋଲୋରୀ ତାଙ୍କ ତଣ୍ଟିକୁ ଚିପି ଦେଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଖବରପାଇ ଗ୍ରାମବାସୀ ତାଙ୍କୁ ଲମତାପୁଟ ଘରୋଇ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.