ଜେଜେ ମା'ର ଦଶାହରେ ଆଖି ବୁଜିଲା ନାତି, ପୋଖରୀରୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | October 18, 2020 IST

ବାସୁଦେବପୁର,୧୮|୧୦:  ଜେଜେ ମାଆଙ୍କ ଶୁଦ୍ଧିକ୍ରିୟାରେ ଆଖି ବୁଜିଲେ ନାତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ବାଷଠି ଗ୍ରାମରେ । ଗାଁର ଗୋବିନ୍ଦ ଷେଣ୍ଢଙ୍କ ପୁଅ ସୁମନ ଗୌରବ (୧୬) ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ଜେଜେ ମା’ଙ୍କ ଦଶାହ କର୍ମ ଥିଲା । ପରିବାର ଲୋକଙ୍କ ସମେତ ଅନ୍ୟ କୁଟୁମ୍ବମାନେ ଗାଁର ହୁରସା ପୋଖରୀ ଆଡ଼ିରେ ବସି କ୍ଷର ହେଉଥିଲେ । ସୁମନ ଓ ଦୁଇ ଜଣ ସମ୍ପର୍କୀୟ ଭାଇ ନଣ୍ଡା ହେବା ପରେ ଉକ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀ ତୁଠରେ ସୁମନ ଗାଧୋଉ ଥିବା ବେଳେ ଅନ୍ୟ ଦୁଇ ଭାଇ ପୋଖରୀ ଆର ପାଖରେ ଛିଡ଼ା ହୋଇଥିଲେ । ସୁମନଙ୍କ ଗୋଡ଼ ଖସିଯାଇଥିଲା । ଚାହୁଁ ଚାହୁଁ ସୁମନ ଉକ୍ତ ପୋଖରୀରେ ବୁଡ଼ି ଯାଇଥିଲେ । ଅନ୍ୟ ଦୁଇ ଭାଇ ସୁମନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପୋଖରୀ ଭିତରୁ ସୁମନଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ସୁମନଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯାଇଥିଲା । ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରକାଶ ଥାଉକି, ସୁମନ ଚଳିତ ମାଟ୍ରିକ୍‌ ପରିକ୍ଷାରେ ଭଲ ନମ୍ବର ରଖି ପାସ କରିଥିବା ବେଳେ ସେ ବାଲେଶ୍ୱର ମହାବିଦ୍ୟାଳୟରେ ନାମ ଲେଖାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.