Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବାପାଙ୍କ ବିରୋଧରେ ସବୁବେଳେ କହୁଥିଲେ ଜେଜେ ବାପା-ଜେଜେ ମା, ରାଗି ଯାଇ ବାହାରୁ କବାଟ ଦେଇ ଘରେ ନିଆଁ ଲଗାଇ ଦେଲା ନାତି

14/09/2021 at 9:34 PM

ଚେନ୍ନାଇ ୧୪/୦୯: ବାପା ମଦ ପିଇ ମାକୁ ମାଡ଼ ମାରୁଥିଲା। କିନ୍ତୁ ପୁଅ ଜେଜେ ବାପା ଓ ଜେଜେ ମାକୁ ପୋଡ଼ି ମାରିଦେଲା। ଏମିତି ଏକ ଅଭାବନୀୟ ଘଟଣା ଚେନ୍ନାଇର ସାଲେମରେ ଘଟିଛି। ମାମଲାରେ ଜଣେ ୧୬ ବର୍ଷୀୟ ନାବାଳକକୁ ଗିରଫ କରିଛି ପୋଲିସ । ମୃତକ ହେଉଛନ୍ତି ୭୫ ବର୍ଷୀୟ ରାଜା ଏବଂ ତାଙ୍କର ୬୫ ବର୍ଷୀୟା ସ୍ତ୍ରୀ କାସିଆମାଲ। ସୋମବାର ବିଳମ୍ବିତ ରାତିରେ ଏମିତି ଘଟଣା ଭିଆଇଛି  ମୃତକଙ୍କ ନାତି।

ଦମ୍ପତିଙ୍କର ୩ ପୁଅ ଥିବା ବେଳେ ସମେସ୍ତ ବିବାହିତ। ସମସ୍ତେ ଅଲଗା ରହୁଥିବା ବେଳେ ବୃଦ୍ଧ ଦମ୍ପତି ମଧ୍ୟ ଭିନ୍ନ ଘରେ ରହୁଥିଲେ। କିନ୍ତୁ ସୋମବାର ବିଳମ୍ବିତ ରାତିରେ ତାଙ୍କର ଜଣେ ନାତି ବାହାର ପଟୁ କବାଟ ଦେଇ ଘରେ ନିଆଁ ଲଗାଇଦେଇଥିଲା। ନିଆଁ ହୁତୁ ହୁତୁ ହୋଇ ଜଳିବା ପରେ ପଡ଼ୋଶୀ ଧାଇଁ ଆସି ଶତ ଚେଷ୍ଟା କରିଥିଲେ ହେଁ ନିଆଁକୁ ଆୟତ୍ତ କରିପାରିନଥିଲେ। ଏହା ପରେ ପୋଲିସକୁ ଖବର ଦିଆଯାଇଥିଲା।

ପୋଲିସ ଦମକଳ ବାହିନୀ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଖାପାଖି ଘଣ୍ଟାଏ ଲାଗିବା ପରେ ନିଆଁ ଲିଭିଥିଲା। କିନ୍ତୁ ସେତେବେଳକୁ ବୃଦ୍ଧ ଦମ୍ପତିଙ୍କ ଜୀବନ ଯାଇସାରିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ। ଏସପି ଅଭିନବ ମଧ୍ୟ ସେଠାରେ ପହଞ୍ଚିଥିଲେ। ପରେ କାଟୁ ରାଜାଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରାଯାଇଥିଲା। ଏହି ସମୟରେ ଦମ୍ପତିଙ୍କ ଦ୍ବିତୀୟ ପୁତ୍ର କୁମାରଙ୍କ ୧୬ ବର୍ଷର ପୁଅ ଉପରେ ପୋଲିସର ସନ୍ଦେହ ହୋଇଥିଲା।

ଏକାଦଶ ଶ୍ରେଣୀରେ ପଢ଼ୁଥିବା ବାଳକର ମନ୍ତବ୍ୟରେ ତାଳମେଳ ନଥିଲା। ତେଣୁ ତାକୁ ପୋଲିସ ଅଧିକ ପଚରା ଉଚରା କରି ସତ ବାହାର କରିଛି। ପ୍ରକୃତରେ ତା ବାପା କୁମାର ପ୍ରତି ଦିନ ମଦ୍ୟପାନ କରି ତା ମା ଜୟଲକ୍ଷ୍ମୀଙ୍କୁ ମାରପିଟ କରନ୍ତି । ଏହି ସମୟରେ ​‌ସେ ଚାହିଁଲେ ବି କୁମାରଙ୍କୁ ଅଟକାଇପାରେ ନାହିଁ।  ତେଣୁ କୁମାର ଜେଜେ ବାପା ଏବଂ ଜେଜେ ମାଙ୍କ ପାଇଁ ଖରାପ ହୋଇଛି ବୋଲି ଭାବିଥିଲା ନାତି।  ଏପରିକି ତା ଜେଜେ ବାପା ଏବଂ ଜେଜେ ମା କୁମାରଙ୍କ ବିରୋଧରେ ସର୍ବଦା କହୁଥିବା ଶୁଣିବାକୁ ପାଏ କୁମାରଙ୍କ ପୁଅ।  ଏଥିରେ ଅତିଷ୍ଠ ହେବା ସହ ପ୍ରତିଶୋଧ ନେବାକୁ ସେ ସ୍ଥିର କରିଥିଲା। ଏହା ପରେ ମଦ୍ୟପାନ କରି ବୃଦ୍ଧ ଦମ୍ପତିଙ୍କ ଘରେ ନାତି ନିଆଁ ଲଗାଇଦେଇଥିଲା ବୋଲି ପୋଲିସ କହିଛି ।

   Related Posts