କ୍ୱାରେଣ୍ଟାଇନ୍ ବାହାନାରେ ବୋହୂ ଓ ନାତୁଣୀକୁ ଘରେ ତାଲା ପକାଇଦେଲା ଶାଶୁ: ଶୁଣିଲାନି କୁନି ଝିଅର କାନ୍ଦ, ଭିଡିଓ ଭାଇରାଲ ପରେ ଖୋଲିଲା ମୁଖା

Published By : Prameya-News7 Bureau | June 09, 2020 IST

ଭୋପାଳ, ୦୯|୦୬:   ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଏଖ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।ଏଟାରେ ହୋମ୍ କ୍ୱାରେଣ୍ଟାଇନ୍ ନାମରେ ଜଣ ମହିଳା ନିଜ ବୋହୂ ଓ 8 ବର୍ଷର ନାତୁଣୀଙ୍କ ପ୍ରତି ଅତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ମହିଳାଜଣଙ୍କ ଉଭୟଙ୍କୁ ଏକ କୋଠରୀରେ ବନ୍ଦ କରି ତାଲା ପକାଇ ଦେଇଛନ୍ତି । ପଞ୍ଜାବ କେଶରୀ ପୋର୍ଟାଲର ଏହି ଖବର ଏବଂ ଭିଡିଓ ବେସ୍ ଚର୍ଚ୍ଚା ସୃଷ୍ଟି କରିଛି ।

ପଞ୍ଜାବ କେଶରୀ ଖବର ଅନୁଯାୟୀ, ଜବଲପୁର ଆଦର୍ଶ ନଗରରେ ରହୁଥିବା ଜଣେ ମହିଳା ଓ ତାଙ୍କର 8 ବର୍ଷ ଝିଅଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ କରାଯାଇଥିଲା । ତାଙ୍କ ପତି ସହର ବାହାରେ ରୁହନ୍ତି ।  କିନ୍ତୁ ମହିଳାଙ୍କ ଶାଶୁ କରୋନା ଭୟରେ ମହିଳା ଓ ନାତୁଣୀଙ୍କୁ ଏକ କୋଠରୀରେ ବନ୍ଦ କରିଦେଇତିଲେ । ଏହାପର ଦିନ ଯେତେବେଳେ ନାତୁଣୀ କୋଠରୀରୁ ବାହାରକୁ ଯିବା ପାଇଁ ଜେଜେମାଙ୍କୁ ଡାକିଥିଲେ ସେ କିଛି ଶୁଣି ନଥିଲେ ।ଏପରିକି ନାଡୁଣୀ ଶୌଚ ଯିବା ପାଇଁ କହିଥିଲେ ମଧ୍ୟ ମହିଳାଜଣଙ୍କ କବାଟ ଖୋଲିନଥିଲେ । ବାଧ୍ୟ ହୋଇ ନାତୁଣୀ କୋଠରୀରେ ହିଁ ଶୌଚ କରିଥିଲେ । ଏହାପରେ ମଧ୍ୟ ଶାଶୁ କୋଠରୀର କବାଟ ଖୋଲିନଥିଲେ ।

wp:html /wp:html

ଶାଶୁଙ୍କ ଅତ୍ୟାଚାରର ଶିକାର ହୋଇ ବୋହୂଜଣଙ୍କ ଏକ ଭିଡିଓ ଉତ୍ତୋଳନ କରିଛନ୍ତି । ଏହି ଭିଡିଓ ପଟାଇ ସେ ନିଜ ସମ୍ପର୍କୀୟଙ୍କଠୁ ସାହାଯ୍ୟ ମାଗିଥିଲେ । ଏପରିକି ସୋସିଆଲ ମିଡିଆରେ ମଧ୍ୟ ଭିଡିଓ ସେୟାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.