Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ନାତି-ନାତୁଣୀଙ୍କୁ ଛାଡି ପ୍ରେମିକ ସହ ଚମ୍ପଟ ମାରିଲେ ଜେଜେ ମାଆ: କିଛିଦିନ ତଳେ ସ୍ୱୟଂ ସହାୟିକା ଗୋଷ୍ଠୀରୁ ଉଠାଇଥିଲେ ଟଙ୍କା

20/11/2020 at 12:32 PM

ବାଲିକୁଦା୨୦/୧୧: ସ୍ବାମୀ, ନାତି-ନାତୁଣୀଙ୍କୁ ଛାଡି ପ୍ରେମିକ ସହ ଜେଜେ ମାଆ ଫେରାର। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। ପ୍ରେମିକ ଝିଅ ବାହାଘର କରି ନାତି, ନାତୁଣୀ ମୁହଁ ଦେଖିଲେଣି। ପ୍ରେମିକା ମଧ୍ୟ ଝିଅ-ପୁଅ ବାହାଘର କରି ନାତି-ନାତୁଣୀ ଦେଖି ସାରିଲେଣି। ତାଙ୍କ ବି ପୁଅ ବାହାର ଜିଲ୍ଲାରେ କୌଣସି ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ବେଳେ ଝିଅ କଲେଜ ଛାତ୍ରୀ ।

ଏପରି ସ୍ଥଳେ ସେମାନେ ପ୍ରେମ ଜାଲରେ ବାନ୍ଧି ହୋଇ ନିଜ ପ୍ରେମକୁ ସାକାର କରିବା ଲାଗି ଉଭୟ ଘର ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ନେଇ ବଜାର ଘାଟରେ ଅନେକ ଚର୍ଚ୍ଚା ଚାଲିଛି । ଏପରି ଘଟଣା ବାଲିକୁଦା ଥାନା କୃଷ୍ଣଦାସପୁର ଅଞ୍ଚଳରେ ଘଟିଛି । ଗୋଟିଏ ପଟେ ବାଲିକୁଦା ବ୍ଲକର ଜଣେ ଜିଆରଏସ ନିଜ ପରିବାର ଓ ପିଲା ଛୁଆଙ୍କୁ ଛାଡ଼ି ସ୍ଥାନୀୟ ଏକ ହସ୍ପିଟାଲର କର୍ମଚାରୀଙ୍କ ପତ୍ନୀକୁ ନେଇ ଫେରାର ହୋଇଯିବା ଘଟଣା ଉପରୁ ଲୋକ ମାନଙ୍କ ନଜର ନ ହଟୁଣୁ କୃଷ୍ଣଦାସପୁର ଅଞ୍ଚଳର ଏହି ଘଟଣା ଲୋକଙ୍କ ମନରେ ଭିନ୍ନ ଧାରଣା ସୃଷ୍ଟି କରିଛି।

ସୂଚନା ମୁତାବକ ଗତ କିଛି ଦିନ ହେବ ସେମାନେ ଘରୁ ଚାଲି ଯାଇଛନ୍ତି । ପ୍ରେମିକା ଜଣକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ କିଛି ଟଙ୍କା ନେଇ ଫେରାର ହୋଇଥିବା ଜାଣିବାକୁ ମିଳିଛି ।

   Related Posts