ଭଦ୍ରକ ୩୦/୬: ମହାମାରୀ ସମୟରେ ଅନେକ କରୁଣ କାହାଣୀ ନଜର ଆସେ । ଭଦ୍ରକ ଜିଲ୍ଲାରୁ ନଜର ଆସିଛି ଏମିତି ଏକ କାହଣୀ ଯାହାକି ସମସ୍ତଙ୍କ ମନକୁ ଦୋହଲାଇ ଦେଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ଗ୍ରାମର ଶିବ ପ୍ରସାଦ ଦାସ କିଛିବର୍ଷ ପୂର୍ବରୁ ଭଦ୍ରକ ସହରର ଜାନୁଗଞ୍ଜରେ ରହୁଥିଲେ । ଗାଁରେ ବୁଢା ମା ବାପା ଙ୍କ ସହ ସ୍ତ୍ରୀ ଓ ୫ ପିଲା ରହୁଥିଲେ । ଟ୍ୟୁସନ କରି ଗୁଜୁରାଣ ମେଣ୍ଟାଇବା ସହ ଘର ମଧ୍ୟ ଚଳଉଥିଲେ ।
wp:gallery {"ids":[473483],"linkTo":"none"} /wp:galleryଏମିତି ସମୟ ଆସିଲା ଯେ ଜଣେ ମହିଳାଙ୍କ ସହ ସମ୍ପର୍କ ଶିବଙ୍କର ସମ୍ପର୍କ ଗଢିଉଠିଲା । ଶିବଙ୍କ ସ୍ତ୍ରୀ ଏକଥା ଜାଣିବା ପରେ ୪ ପିଲାଙ୍କୁ ଛାଡି ସାଙ୍ଗରେ ଛୋଟ ଝିଅକୁ ନେଇ ଅନ୍ୟତ୍ର ବିବାହ କଲେ । ପରେ ଶିବ ନିଜ ପିଲାଙ୍କୁ ଗାଁରୁ ଆଣି ନିଜ ପାଖରେ ରଖିଥିଲେ । ଏହାସହ ଜଣେ ମହିଳାଙ୍କୁ ଦେଖାଶୁଣା ଦାୟିତ୍ଵ ଦେଇଥିଲେ । ମହିଳା ଜଣକ ପିଲାଙ୍କୁ ଅକଥନୀୟ ନିର୍ଯାତନା ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି ।
wp:gallery {"ids":[473484],"linkTo":"none"}ପିଲାମାନେ ଅନେକ ଥର ଘରୁ ଖସିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି । ତେବେ ଧୀରେ ଶିବଙ୍କ ଦେହ ଖରାପ ହେଲା । ଜୁନ ୧୮ରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ମୃତ୍ୟୁ ବେଳକୁ କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା । ତେବେ ଶିବଙ୍କ ମୃତ୍ୟୁ ପରେ ମହିଳା ଜଣକ ପିଲାଙ୍କୁ ଶୁଦ୍ଧିକ୍ରିୟା ପାଇଁ ପୈତୃକ ଗାଁକୁ ପଠାଇବା ସହ ଘରେ ଥିବା ଟଙ୍କା ସୁନା ଗହଣା ନେଇ ଛୁ ମାରିଛି ।
wp:gallery {"ids":[473485],"linkTo":"none"}ଏନେଇ ଭଦ୍ରକ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ଶିବକଙ୍କ ପରିବାର ଲୋକେ । ଏତଲା ରୁଜୁ ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ପିଲାମାନଙ୍କୁ ନେଇ ସେମାନଙ୍କ ପୈତୃକ ଗାଁ କଲ୍ୟାଣୀରେ ସେମାନଙ୍କ ଜେଜେବାପା, ଜେଜେ ମାଆଙ୍କ ପାଖରେ ଛାଡି ଦେଇ ଆସିଥିବା ବେଳେ ଶିବପ୍ରସାଦଙ୍କ ଭଡା ଘରକୁ ତାଲା ପକାଇ ଦେଇ ଆସିଛି । ଏବେ ସେହି ପିଲା କଣ କରିବେ କିପରି ବଞ୍ଚିବେ ସେ ନେଇ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି ।
ଏହି ବୟସ ରେ ଘର ର ରୋଜଗାରିଆ ପୁଅ କୁ ହରାଇ ଭାଙ୍ଗିପଡିଛନ୍ତି ବୁଢା ବାପା ଓ ବୁଢୀ ମା । ବଢିଲା ନାତୁଣୀର ବାହାଘର ସାଙ୍ଗକୁ ଭରଣପୋଷଣ ଏବେ ଚିନ୍ତାର କାରଣ ପାଲଟିଛି । ତେବେ ଏନେଇ ସ୍ଥାନୀୟ ସରପଞ୍ଚ କରିଛନ୍ତି ଯେ ଘଟଣା ବିଷୟ ରେ ମୃତକ ଙ୍କ ପରିବାର ସହ କଥା ହୋଇଛନ୍ତି ଓ ଆଗାମୀ ସମୟ ରେ ସରକାରୀ ସହାୟତା ପାଇଁ ପ୍ରଶାସନକୁ ନିବେଦନ କରିବେ ।