ପୋଖରୀରେ ବୁଡି ଅଜା ନାତି ମୃତ
10/09/2018 at 2:26 PM

ନୂଆପଡା ୧୦/୯ : ସିନାପାଲି ଥାନା ରେଵଡ଼ି ଗାଁରେ ପୋଖରୀରେ ବୁଡ଼ି ଅଜା,ନାତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଅଜା ହେଲେ କପୁରଚନ ପୁଞ୍ଜି ଓ ନାତି ବବଲୁ ପୁଞ୍ଜି । ଗତକାଲି ଠାରୁ ଗାଧେଇବାକୁ ଯାଇ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ଦୁହିଁଙ୍କୁ ପାଇନଥିଲେ । ଆଜି ନିକଟସ୍ଥ ଦର୍ଲି ବନ୍ଧରେ ଦୁହିଁଙ୍କ ମୃତଦେହ ଭାସୁଥିବାର ଦେଖି ସିନାପାଲି ପୋଲିସକୁ ଖବର ଦିଆ ଯାଇଥିଲା । ସିନାପାଲି ପୋଲିସ ଦୁଇ ଅଜା ନାତିଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।