ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଓଲଟିଲା କାର୍, ଅଜା ମୃତ ଓ ନାତି ଗୁରୁତର

Published By : Prameya-News7 Bureau | January 14, 2021 IST

ଢେଙ୍କାନାଳ ୧୪।୧: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କର୍ଣ୍ଣପୁର ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଅଜାଙ୍କର ମୃତ୍ୟୁ ହୋଇଥିବାବେଳେ ନାତି ଗୁରୁତର ହୋଇଛନ୍ତି । ଗୁରୁତର ନାତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":391982,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ନୟାଗଡ଼ରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ କାର୍ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କର୍ଣ୍ଣପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତ ଗତିରେ ଯାଉଥିବା ଏହି କାରଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନରେ ଭର୍ତ୍ତି କରିଥିଲେ ।

{"id":391983,"sizeSlug":"large","linkDestination":"none"}

କାରରେ ଥିବା ଗୌରାଙ୍ଗ ଭୋଳ ନାମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜେଶ ଭୋଳ ନାମକ ଜଣେ ବାଳକ ଗୁରୁତର ହୋଇଛନ୍ତି । ଗୁରୁତର ବାଳକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉଭୟେ ନୟାଗଡ ପାଣିପାଇଲା ଗ୍ରାମର ଅଜା ଓ ନାତି ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.