Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଗୀତର ତାଳେତା​‌ଳେ ନାଚୁଛନ୍ତି ଜେଜେ ବାପା-ନାତୁଣୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

1/07/2021 at 6:37 PM

ନୂଆଦିଲ୍ଲୀ ୦୧/୦୭ : ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଯାହା ମଧ୍ୟରେ ପ୍ରାୟତଃ ବେଶୀ ନାଚ ଗୀତ ଦେଖିବାକୁ ମିଳୁଛି । ଏହା ଏକ ପ୍ରକାରର ଟାଇମ ପାସ୍ ବୋଲି କହିପାରିବେ । ଲକଡାଉନ୍ ରେ ଘରେ ବସି ବସି ନିଜକୁ ଏଣ୍ଟରଟେନମେଣ୍ଟ କରୁଛନ୍ତି ବିଭିନ୍ନ ପିଢିର ବ୍ୟକ୍ତିବିଶେଷ । ଏଥିରୁ ବାଦ ପଡିନାହାନ୍ତି ବୟସ୍କ ବ୍ୟକ୍ତି । ଏହା ମଧ୍ୟରେ ଏମିତି ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣଙ୍କ ହୃଦୟକୁ ଛୁଇଁ ଯିବ । ଏହି  ଭିଡିଓରେ ଜେଜେବାପା ଏବଂ ନାତୁଣୀ ଏକ ଗୀତର ତାଳେତାଳେ ନାଚୁଥିବା ଦେଖିବାକୁ ମିଳିଛି ।

ତେବେ ବାସ୍ତବରେ, ଏହି ଭାଇରାଲ୍ ଭିଡିଓରେ ଜେଜେବାପା ଏବଂ ନାତୁଣୀଙ୍କ ମଧ୍ୟରେ ପ୍ରେମ ସହ ନିବିଡ ସମ୍ପର୍କ ରହିଛି । ଯାହାକି ଏହି ନାଚ ମାଧ୍ୟମରେ ଭରପୂର ମଜା ମସ୍ତି ଦେଖିବାକୁ ମିଳୁଛି । ଦିବେଶା ବଜାଜ ନାମକ ଜଣେ ଯୁବତୀ ଗୀତରେ ନାଚୁଥିବା ନଜର ଆସିଛନ୍ତି । ଏହା ସହ ତାଙ୍କ ଜେଜେବାପା ନାତୁଣୀ ନାଚୁଥିବାର ଡ୍ୟାନ୍ସ ଷ୍ଟେପ୍ କପି କରିବାକୁ ଚେଷ୍ଟା କରି ନାଚୁଛନ୍ତି । ଯାହାକି ବେଶ କୌତୁହଳ ସୃଷ୍ଟି କରୁଛି ।

ଭିଡିଓ ଆରମ୍ଭରେ, ଦିବେଶା ବଜାଜ ତାଙ୍କ ଜେଜେବାପାଙ୍କ ସହ ଜଷ୍ଟିନ ୱେଲିଙ୍ଗଟନ୍‌ଙ୍କ ଏକ ଗୀତରେ ନାଚୁଥିବା ନଜର ଆସିଛନ୍ତି । ଜେଜେବାପା, ଦିବେଶାଙ୍କ ଷ୍ଟେପଙ୍କୁ ନକଲ କରି ନାଚିବାକୁ ଚେଷ୍ଟା କରୁଛନ୍ତି । ଏହି ଭିଡିଓଟି ୨ ୪ ଜୁନ୍ ରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୭ ହଜାରୁ ଅଧିକ ଲାଇକ୍ କମେଣ୍ଟ ମିଳି ସାରିଛି  । ୟୁଜର୍ସ ମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି  । ଭାଇରାଲ୍ ଭିଡିଓ ଦେଖି ୟୁଜର୍ସମାନେ ଜେଜେବାପା ଓ ନାତୁଣୀଙ୍କ ନାଚକୁ ଖୁବ ପ୍ରଶଂସା କରୁଛନ୍ତି ।

   Related Posts