ଅଭାବନୀୟ : ଆଈକୁ ହେମଦସ୍ତା ପୁଆରେ ଛେଚି ହତ୍ୟାକଲା ନାବାଳିକା ନାତୁଣୀ

Published By : Prameya-News7 Bureau | December 26, 2020 IST

ଭଦ୍ରକ ୨୬।୧୨: ଆଈକୁ ହତ୍ୟା କଲା ନାତୁଣୀ । ଆଈ ସବୁବେଳେ ପାଟି କରେ… ଝଗଡା ବି କରେ… ସେଥିପାଇଁ  ଆଈକୁ ହତ୍ୟା ନାତୁଣୀ ହତ୍ୟା କରିଥିବା ନେଇ ଅଭିଯୋଗ ଆସିଥଛି । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ଗାଁର ଶଶୀ ଦାସଙ୍କ ସହ ତାଙ୍କ ନାବାଳିକା ନାତୁଣୀ ରହୁଥିଲେ । ଅଧିକାଂଶ ସମୟରେ ଆଈ ଓ ନାତୁଣୀଙ୍କ ମଧ୍ୟ ଝଗଡା ଲାଗୁଥିଲା । ଶୁକ୍ରବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଦୁଇ ଜଣ ଗୋଟିଏ ରୁମରେ ଶୋଇଥିଲେ । ପ୍ରାୟ ଭୋର ସମୟରେ ନାବାଳିକା ଜଣଙ୍କ ଚିତ୍କାର କରିଥିଲେ । ପରିବାର ଲୋକେ ଉଠି ଯାଇ ଦେଖିଥିଲେ ଯେ ବୃଦ୍ଧା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି ।

ଏହାଦେଖି ପରିବାରଲୋକ ପୋଲିସକୁ ଖବର ଦେଇଥିଲେ । ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ନାବାଳିକାଙ୍କୁ ଅଟକ ରଖିଛି । ତେବେ ନାବାଳିକା ଜଣକ ହେମଦସ୍ତା ପୁଆରେ ଆଈକୁ ପିଟି ହତ୍ୟା କରିଥିବା ସ୍ବୀକାର କରିଥିବା ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ଫୋରେନସିକ୍ ଟିମ୍ ଆସୁଥିବାରୁ ମୃତଦେହ ଥିବା ଘରକୁ ସିଲ୍ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.