Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

କୋଭିଡ-୧୯ ଗ୍ଲୋବାଲ ବୈଠକକୁ ସୋମବାର ସମ୍ବୋଧିତ କରିବେ ମୋଦି, ଯୋଗଦେବେ ସାରା ଦୁନିଆର ପ୍ରଶିଦ୍ଧ ବୈଜ୍ଞାନିକ

17/10/2020 at 7:26 PM

ନୂଆଦିଲ୍ଲୀ ୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ମହାମାରୀ ସମ୍ପର୍କିତ ପ୍ରାଥମିକତା ଲାଗି ଚର୍ଚ୍ଚା ନିମନ୍ତେ ଅନୁଷ୍ଠିତ ହେଉଥିବା ଗ୍ରାଣ୍ଡ ଚାଲେଞ୍ଜ ଆନୁଆଲ ମିଟିଂ-୨୦୨୦କୁ ସୋମବାର ସମ୍ବୋଧିତ କରିବେ। ମହାମାରୀ ପରେ ବିଶ୍ୱର ସତତ ବିକାଶ ତ୍ୱରାନ୍ୱୀତ କରିବା ଓ କୋଭିଡ-୧୯ ଆହ୍ୱାନର ପରିଚାଳନା ଚର୍ଚ୍ଚା  ଲାଗି ଏହି ବୈଠକର ଆୟୋଜନ କରାଯାଇଛି। ଗ୍ରାଣ୍ଡ ଚାଲେଞ୍ଜ ଇଣ୍ଡିଆ ଦେଶରେ କୃଷି, ପୋଷଣ, ସ୍ୱଚ୍ଛତା, ମାତୃତ୍ୱ ଓ ଶିଶୁ ସ୍ୱାସ୍ଥ୍ୟ ସମେତ ବିକାଶାତ୍ମକ ପ୍ରାତମିକତା ଦିଗରେ କାର୍ଯ୍ୟ କରୁଛି। 

ଗତ ୧୫ ବର୍ଷ ହେଲା ଗ୍ରାଣ୍ଡ ଚାଲେଞ୍ଜ ଆନୁଆଲ ମିଟିଂ ଅନୁଷ୍ଠିତ ହୋଇଆସୁଛି। ସୋମବାର ସନ୍ଧ୍ୟା ସାଢେ ୭ଟାରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଉଦଘାଟନ କରିବା ସହ ଭିଡିଓ କନଫରେନସିଂ ମାଧ୍ୟମରେ ସମ୍ବୋଧିତ କରିବେ ବୋଲି ପିଏମଓ ପକ୍ଷରୁ ସୂଚିତ କରାଯାଇଛି। ପିଏମଓଙ୍କ ସୂଚନା ଅନୁସାରେ ବୈଠକରେ ବୈଶ୍ୱିକ ନେତାଙ୍କ ସମେତ ପ୍ରଶିଦ୍ଧ ବୈଜ୍ଞାନିକ ଓ ଗବେଷକମାନେ ଯୋଗଦେବେ।

ଚଳିତବର୍ଷ ବୈଠକରେ ୪୦ଟି ଦେଶର ଅନୁନ୍ୟ ୧୬ଶହ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗ୍ରାଣ୍ଡ ଚାଲେଞ୍ଜ ୨୦୨୦କୁ ଚଳିତବର୍ଷ ବିଲ ଏଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ସମେତ ଡିପାର୍ଟମେଣ୍ଟ ଅଫ ବାୟୋ ଟେକ୍ନୋଲଜି, ଆଇସିଏମଆର ଓ ନୀତି ଆୟୋଗ ଆୟୋଜନ କରୁଛନ୍ତି। ସେହିପରି ଗ୍ରାଣ୍ଡ ଚାଲେଞ୍ଜସ କାନାଡା, ୟୁନାଇଟେଡ ଷ୍ଟେଟ୍ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଏଣ୍ଡ ୱେଲକମ ସୋହଯୋଗ କରୁଛନ୍ତି।

   Related Posts