ନୂଆଦିଲ୍ଲୀ ୨୦।୭: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଲାଗି ଅଗଷ୍ଟ ୫ ତାରିଖରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବେ। ଶ୍ରୀରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏଥିଲାଗି ଭବ୍ୟ ଆୟୋଜନ ପ୍ରସ୍ତୁତି କରାଯାଉଛି। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନ୍ଦିର ନିର୍ମାଣ ନିମନ୍ତେ ୪୦ କେଜି ଓଜନର ରୂପା ଇଟାରେ ଶିଳାନ୍ୟାସ ଲାଗି ମଧ୍ୟ ବ୍ୟବସ୍ଥା ହୋଇଥିବା ଜଣାପଡିଛି।
{"id":303318,"width":579,"height":384,"sizeSlug":"large"}ଶିଳାନ୍ୟାସ ଉତ୍ସବ ଆୟୋଜନ ନେଇ ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟଗାପୋଲ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମନ୍ଦିରର ଗର୍ଭ ଗୃହରେ ରୂପା ଇଟା ରଖି ଭୂମିପୂଜା ହେବ। ଏଥିପାଇଁ ମୁଖ୍ୟ ଉତ୍ସବର ୩ ଦିନ ପୂର୍ବରୁ ଏଠାରେ ବୈଦିକ ଅନୁଷ୍ଠାନ ହେବ। ଶ୍ରୀରାମ ମନ୍ଦିର ଭୂମିପୂଜା କରୋନା ଭାଇରସ ମହାମାରୀ ଯୋଗୁ ୨ ମାସ ବିଳମ୍ବିତ ହୋଇଛି। ତେବେ କୋଭିଡ ସୁରକ୍ଷାକୁ ଦୃଷ୍ଚିରେ ରଖି ଅତିଥିଙ୍କ ସୂଚୀକୁ ସୀମିତ କରାଯାଇଛି। ତଥାପି ଅନୁନ୍ୟ ୫୦ଜଣ ଭିଭିଆଇପିଙ୍କୁ ଉତ୍ସବକୁ ଆମନ୍ତ୍ରିତ କରାଯାଇଥିବା ନୃତ୍ୟ ଗୋପାଲ ଦାସ ସୂଚନା ଦେଇଛନ୍ତି।
{"id":303319,"sizeSlug":"large"}କରୋନା ଯୋଗୁ ଉତ୍ସବ ସ୍ଥଳକୁ ଲୋକଙ୍କ ଆଗମନ କଟକଣା ରହିବ। ଏଣୁ ଅଯୋଧ୍ୟାବାସୀଙ୍କୁ କାର୍ଯ୍ୟକ୍ରମ ସହ ସିଧା ସମ୍ପୃକ୍ତ କରିବା ଲାଗି ସହର ସାରା ବଡବଡ ଏଲଇଡି ସ୍କ୍ରିନ ଲଗାଯାଇ ସିସିଟିଭି କ୍ୟାମେରାରେ ଶିଳାନ୍ୟାସ ଉତ୍ସବର ସିଧାପ୍ରସାରଣ କରାଯିବ ବୋଲି ଦାସ କହିଛନ୍ତି। ତେବେ ଦେଶରେ ଶ୍ରୀରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ବଡବଡ ନେତାଙ୍କୁ ଭୂମିପୂଜନ ଉତ୍ସବକୁ ଆମନ୍ତ୍ରିତ କରାଯାଇଥିବା ନୃତ୍ୟ ଗୋପାଲ ଦାସ କହିଛନ୍ତି।
{"id":303324,"width":579,"height":325,"sizeSlug":"large"}ଆମନ୍ତ୍ରିତ ଅତିଥିଙ୍କ ସୂଚୀରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ, ସୁଶ୍ରୀ ଉମା ଭାରତୀ, ବିନୟ କଟିୟାର, ସାଧ୍ୱୀ ଋତମ୍ଭରା, ମୋହନ ଭାଗବତ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରମୁଖ ଆମନ୍ତ୍ରିତ ହୋଇଥିବା ଟ୍ରଷ୍ଟର ଅଧ୍ୟକ୍ଷ କହିଛନ୍ତି। ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉତ୍ସବରେ ଯୋଗଦେଇ ପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି।
{"id":303325,"sizeSlug":"large"}ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥପାଠ ଉତ୍ସବ ପରେ ଅଯୋଧ୍ୟା ଆସି ରାମଲାଲା ପୂଜା କରିଯାଇଥିଲେ। ସେତେବେଳେ ଶ୍ରୀରାମ ମନ୍ଦିର ନିର୍ମାଣରେ ଥିବା ପ୍ରତିବନ୍ଧକକୁ ଶିବସେନା ଦୂର କରିବ ବୋଲି ଉଦ୍ଧବ କହିଥିବା ବେଳେ ସରକାରର ମନ୍ତ୍ରୀ ସଞ୍ଜୟ ରାଉତ ଏଥିଲାଗି ନିମନ୍ତ୍ରଣର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ମନ୍ଦିରର ଭୂମିପୂଜନ ଲାଗି ଗତ ଶନିବାର ଟ୍ରଷ୍ଟର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିଲାଗି ଅଗଷ୍ଟ ୫ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଥିଲା।