ବିହାର ନିର୍ବାଚନ ପାଇଁ କମନ୍ ମେନିଫେଷ୍ଟୋ ଜାରି କଲା ମହାମେଣ୍ଟ: ତେଜସ୍ୱି କହିଲେ, 'ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ଲୋକଙ୍କୁ ଦିଆଯିବ ଚାକିରୀ'

Published By : Prameya-News7 Bureau | October 17, 2020 IST

ପାଟନା ୧୭/୧୦ : ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାମେଣ୍ଟରେ ସାମିଲ ଦଳମାନେ ସଂଯୁକ୍ତ ଘୋଷଣା ପତ୍ର ଜାରି କରିଛନ୍ତି। ଏହାକୁ ନେଇ ଆୟୋଜିତ ପ୍ରେମ ବାର୍ତାରେ ପ୍ରତିପେକ୍ଷ ନେତା ତଥା ବିରୋଧୀ ଦଳ ନେତା ତେଜସ୍ୱି ଯାଦବ, 'ପ୍ରଣ ଆମର ସଂକଳ୍ପ ପରିବର୍ତ୍ତନ' ଟ୍ୟାଗ ଲାଇନ ସହ ଘୋଷଣାପତ୍ର ମିଡ଼ିଆ ସହ ସେୟାର କରିଛନ୍ତି। ଏହି ଅବସରରେ ତେଜସ୍ୱି ବିହାରବାସୀଙ୍କୁ ନବରାତ୍ରିର ଶୁଭକାମନା ଦେଇ କହିଛନ୍ତି, "ନବରାତ୍ରିର ପ୍ରଥମ ଦିନ, ଆଜି ଆମେ କଳସ ସ୍ଥାପନା କରି ସଂକଳ୍ପ ନେବା। 'ପ୍ରଣ ଆମର ସଂକଳ୍ପ ପରିବର୍ତ୍ତନ' ଏହି ସଂକଳ୍ପ ସତ ହେବାକୁ ଯାଉଛି। ଆମେ ସଂକଳ୍ପ ନେଇଛୁ ଯେ ଯଦି ଆମ ସରକାର ଗଠନ ହୁଏ ତାହେଲେ ଆମେ ପ୍ରଥମ କ୍ୟାବିନେଟରେ ପ୍ରଥମ କଲମରେ ୧୦ ଲକ୍ଷ ଲୋକଙ୍କୁ ଚାକିରୀ ଦେବୁ।"

{"id":345935,"sizeSlug":"large"}

ତେଜସ୍ୱି ଆହୁରି ଘୋଷଣା କରିଛନ୍ତି ଯେ, "ଇଣ୍ଟରଭ୍ୟୁକୁ ଯିବାପାଇଁ ଆବେଦନକାରୀଙ୍କୁ ଭଡା ଖର୍ଚ୍ଚ ମଧ୍ୟ ଦିଆଯିବ। ଏହାସହ ସାରା ଦେଶରେ କର୍ପୂରି ଶ୍ରମ କେନ୍ଦ୍ର ଖୋଲିବୁ। ନିୟୋଜିତ ଶିକ୍ଷକଙ୍କୁ ସମାନ କାମ ସମାନ ବେତନ ମିଳିବ। ଆମ ସରକାର ନିର୍ଣ୍ଣୟ କରିଥିଲା ଯେ ବିହାରରେ ବିମାନବନ୍ଦର ହେବ। ବିଜୁଳି କ୍ଷେତ୍ରରେ ମଧ୍ୟ ଉତ୍ପାଦନ କମ ରହିଛି, ବିଜୁଳି କିଣି ସରକାର ବିକନ୍ତି, କିନ୍ତୁ ଆମ ସରକାର ଆସିଲେ ବିଜୁଳି ଉତ୍ପାଦନ ମଧ୍ୟ ବଢିବ। ଚାଷୀଙ୍କ ଚାଷୀ ଋଣ କ୍ଷମା କରାଯିବ, ବନ୍ଦ ପଡିଥିବା ଚିନି କଳ ପୁଣି ଖୋଲାଯିବ। ବେକାରୀ ସମସ୍ୟା ଦୂର କରିବା କ୍ଷେତ୍ରରେ ପଦକ୍ଷେପ ନିଆଯିବ। ଏବେ ସୁଦ୍ଧା ବିହାରକୁ ସ୍ୱତନ୍ତ୍ର ରାଜ୍ୟର ଦର୍ଜା ମିଳିନାହିଁ। ବିହାରକୁ ବିଶେଷ ରାଜ୍ୟର ଦର୍ଜା ପାଇଁ ସଂଘର୍ଷ କରିବୁ। "

{"id":345936,"sizeSlug":"large"}

ତେଜସ୍ୱି ଆଗକୁ କହିଛନ୍ତି, ନୀତିଶ ସରକାରଙ୍କ କାର୍ଯ୍ୟକାଳରେ ବିହାର ୬୦ ଦୁର୍ନୀତି ହୋଇଛି। ସବୁଆଡେ କେବଳ ଦୁର୍ନୀତି। ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ବିହାରରେ ହାଥରସ ଭଳି ଘଟଣା ଘଟିବ ନାହିଁ। ନୀତିଶଙ୍କ କ୍ୟାବିନେଟରେ ମୁଜାଫରପୁର ଭଳି ନାବାଳିକା ଗୃହ କାଣ୍ଡ ଅଭିଯୁକ୍ତ ବସନ୍ତି। କିନ୍ତୁ ତାଙ୍କ ସରକାର ଆସିଲେ ଏଭଳି ହେବ ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷରେ ମହାମେଣ୍ଟ ଘୋଷଣାପତ୍ରରେ ଜେଡିୟୁ କାର୍ଯ୍ୟକାରୀ ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଶୋକ ଚୌଧୁରୀ କହିଛନ୍ତି ଯେ, ୧୫ ବର୍ଷ ହେଲା ଅଖଣ୍ଡ ଦୁର୍ନୀତିରେ ବୁଡି ରହିଛନ୍ତି। ଯେଉଁମାନଙ୍କ ବୟସ ପରିପକ୍ଵ ହୋଇନାହିଁ ସେମାନେ ଆଜି ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ। ସେ ସିଧାସଳଖ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.