ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲା ଗ୍ରାମରକ୍ଷୀଙ୍କ ପୁଅ, ୨ ଶଳା ଫେରାର

Published By : Prameya-News7 Bureau | May 17, 2021 IST

ଲମତାପୁଟ, ୧୭|୦୫:  ଗଞ୍ଜେଇ ଚାଲାଣ ବେଳେ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ନନ୍ଦପୁର ଥାନାର ଗ୍ରାମରକ୍ଷୀଙ୍କ ପୁଅ ଗିରଫ । ସହଯୋଗୀ ଦୁଇ ଶଳା ଫେରାର । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଦୁର୍ଲା ଗାଁରୁ କଲାବ ଜଳ ଭଣ୍ଡାର ପାର କରି ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ପୂର୍ବରୁ ଶଙ୍ଖେଇ ଛକ ନିକଟରେ ନାକା ବନ୍ଦୀ କରିଥିଲେ । ସିନ୍ଧୀ ପୁଟ ଡଙ୍ଗା ଘାଟରୁ ଦ୍ରୁତ ଗତିରେ ଆସୁଥିବା ଅଟକୁ ଅଟକାଇ ଥିଲା ପୋଲିସ । ଅନ୍ଧାରର ସୁଜଗ ନେଇ ଜଙ୍ଗଲକୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଅଟୋମାଲିକକୁ କାବୁ କରିଛି ପୋଲିସ । ଅଟୋଟିରେ ୭ଟି ବସ୍ତାରେ ପ୍ରାୟ ୨ କୁଇଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

ପୂର୍ବ ସୂଚନା ଅନୁଯାଇ କୋଲବ ଜଳ ଭଣ୍ଡାରରେ ଦେଶୀ ଡଙ୍ଗା ସାହାଯ୍ୟରେ ଗଞ୍ଜେଇ ଚୋରା ଚାଲାଣ ହେଉ ଥିବା ଖବର ପାଇଥିଲା ପୋଲିସ । ଏହି ଗଞ୍ଜେଇ ଦୁର୍ଲା ଗ୍ରାମରୁ ଜୟପୁର ନେବା ପରେ ସେଠାରୁ ବିହାର ଚାଲାଣ କରା ଯାଇଥାନ୍ତା ବୋଲି ଗିରଫ ଯୁବକ ସ୍ଵୀକାର କରିଛି । ପୋଲିସର ସୂଚନା ଅନୁଯାଇ, ଅଟୋ ମାଲିକ ତଥା ନନ୍ଦପୁର ଥାନାର ଗ୍ରାମରକ୍ଷୀ ଗୌର ଚନ୍ଦ୍ର ଖିଲଙ୍କ ପୁଅ ଦୁର୍ଲା ଗ୍ରାମର ରବୀନ୍ଦ୍ର ଖିଲ ଗିରଫ କରିଥିବା ବେଳେ ମୁଣ୍ଡାଗଡ ଗ୍ରାମର ଦୁଇ ସହଯୋଗୀ ରବୀନ୍ଦ୍ରଙ୍କ ଶଳା ଲକ୍ଷ୍ମଣ ଖରା ଏବଂ ପ୍ରହ୍ଲାଦ ଖରା ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.