Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଗ୍ରାମସଭାରେ ବୁଲିଲା ଟାଙ୍ଗିଆ : ଡ୍ରେନ୍ ସଫେଇକୁ ବିରୋଧ କରି ଯୁବକଙ୍କ ଆତଙ୍କରାଜ

29/07/2021 at 8:41 AM

ଅନୁଗୋଳ, ୨୯/୦୭ : ଅନୁଗୁଳ ଛେଣ୍ଡିପଦା ବେହେରା ସାହିରେ ରାସ୍ତା ମଝିରେ ବୁଲିଲା ଟାଙ୍ଗିଆ। ଗାଁ’ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଡେଙ୍ଗୁ ଆଉ ମ୍ୟାଲେରିଆ ନିରାକରଣ ପାଇଁ ଡ୍ରେନ ସଫେଇ କରୁଥିବା ବେଳେ ପ୍ରତିବାଦ କରି ଜଣେ ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଟାଙ୍ଗିଆ ବୁଲାଇଛନ୍ତି।

ସୂଚନାନୁସାରେ, ଡ୍ରେନ ସଫା କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଇଥିଲା ।   ସଫେଇ କାମକୁ ବିରୋଧ କରି ଗ୍ରାମର ସ୍ବରୁପ ସାହୁ ନାମକ ଜଣେ ବ୍ୟକ୍ତି ଘର ସମ୍ମୁଖରେ ସଫେଇ ଚାଲୁଥିବା ବେଳେ  ମହିଳାମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ । ପରେ ଉତକ୍ଷିପ୍ତ ହୋଇ ସ୍ବରୁପ ଘରୁ ଏକ ଟାଙ୍ଗିଆ ଆଣି ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗାଁ ମଝିରେ ଟାଙ୍ଗିଆ ବୁଲାଇଥିଲା ।

ଯାହା ଫଳରେ ମହିଳାମାନେ ଡ୍ରେନ ସଫେଇ କାର୍ଯ୍ୟକୁ ବନ୍ଦ କରିଥିଲେ । ଏହାପରେ  ଗାଁରେ ସ୍ବରୂପ ସାହୁ ନାମରେ ଗ୍ରାମ ସଭା ହୋଇଥିଲା ।  ଏତିକିବେଳେ ପୁଣି ସେ ଟାଙ୍ଗିଆ ଆଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ସଭା ମଧ୍ୟରେ ଟାଙ୍ଗିଆ ବୁଲାଇଥିଲା । ଶେଷରେ ଗ୍ରାମବାସୀ ଭୟଭୀତ ହେବା ସହିତ ୫୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା  ତାକୁ ତୁରନ୍ତ ଗିରଫ କରିବା ଦାବିରେ ଛେଣ୍ଡିପଦା ଥାନାର ଦ୍ବାରସ୍ଥ ହୋଇଥିଲେ। ପରେ ଛେଣ୍ଡିପଦା ପୋଲିସ ବେହେରା ସାହିକୁ ଯାଇ ସ୍ଵରୂପକୁ ଥାନାକୁ ଆଣି ପଚାରା ଉଚୁରା କରୁଛି।

   Related Posts