ଘରୁ ନିଖୋଜ ହେଲେ ଗାଁ ମୁଖିଆ, ପାଞ୍ଚ ଦିନ ପରେ ପ୍ରେମିକ ସହିତ ଗାଁ ଫେରିଲେ, କହିଲେ- ନା ଯିବି ଶ୍ଵଶ୍ଵର ଘର ନା ଯିବି ବାପ ଘର

Published By : Prameya-News7 Bureau | August 23, 2020 IST

ଜୟପୁର ୨୩।୦୮: ରାଜସ୍ଥାନର ବାଡମେରରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ପାଞ୍ଚ ଦିନ ପୂର୍ବେ ଗାଁର ମୁଖିଆ ନିଖୋଜ ହୋଇ ଯାଇଥିଲେ। ଲୋକେ ଚିନ୍ତାରେ ପଡି ଯାଇଥିଲେ ଯେ ଗାଁ ମୁଖିଆ ଅଚାନକ କୁଆଡେ ନିଖୋଜ ହୋଇଗଲେ। ହେଲେ ଏହା ମଧ୍ୟରେ ଅଚାନକ ପାଞ୍ଚ ଦିନ ପରେ ଗାଁର ମୁଖିଆ ନିଜର ପ୍ରେମିକ ସହିତ ଘରକୁ ଫେରିବା ଦେଖି ସମସ୍ତେ ଆଚମ୍ବିତ ହୋଇ ପଡିଛନ୍ତି।

ଏହି ପୂରା ଘଟଣା ରାଜ୍ୟର ବାଡମେରର ସମଦଡି ଗାଁର। ଏଠାରେ ପାଞ୍ଚ ଦିନ ପୂର୍ବେ ବିଜେପି ନେତା ଓ ଗାଁ ମୁଖିଆ ପିଙ୍କି ଚୌଧୁରୀ ଅଚାନକ ଗାଏବ  ହୋଇ ଯାଇଥିଲେ। ଏହା ପରେ ଗାଁ ମୁଖିଆ ପିଙ୍କିଙ୍କ ବାପା ଥାନାରେ ଝିଅ ନିଖୋଜ ଥିବା ରିପୋର୍ଟ ରୁଜୁ କରିଥିଲେ। ପୋଲିସ ମାମଲାରେ ତଦନ୍ତ ଆରମ୍ଭ କରୁ କରୁ ଘଟଣାରେ ନୂତନ ମୋଡ ଆସିଛି।

{"id":319137,"sizeSlug":"large"}

ନିଖୋଜ ହେବାର ପାଞ୍ଚ  ଦିନରେ ପରେ ପିଙ୍କି ଚୌଧୁରୀ ରବିବାର ନିଜର ପ୍ରେମିକ ସହିତ ନିଜ ଘରକୁ ଫେରିବା ଦେଖି ସମସ୍ତେ ହତବାକ ହୋଇ ପଡିଛନ୍ତି। ପିଙ୍କି ଥାନାକୁ ଯାଇ ନିଜର ବୟାନ ମଧ୍ୟ ଦେଇଛନ୍ତି। ଥାନାରେ ସେ ପୋଲିସ ସମ୍ମୁଖରେ ପୂରା କାହାଣୀ ବଖାଣିଛନ୍ତି।

ଗାଁ ମୁଖିଆ ପିଙ୍କି ପ୍ରଧାନ ନିଜ ଶ୍ଵଶ୍ଵର ଘର ଲୋକଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି। ପିଙ୍କି ଚୌଧୁରୀ  କହିଛନ୍ତି ନା ସେ ବାପ ଘରକୁ ଯିବାକୁ ଚାହୁଁଛନ୍ତି ନା ଶ୍ଵଶ୍ଵର ଘରକୁ। ସେ ଛାଡପତ୍ର ଦେବାକୁ ଚାହୁଁଛନ୍ତି ଏବଂ ଲିଭ୍ ଇନ ରିଲେସନସିପରେ ପ୍ରେମିକ ଅଶୋକ ଚୌଧୁରୀ ସହିତ ରହିବାକୁ ଚାହୁଁଛନ୍ତି।

{"id":319138,"sizeSlug":"large"}

ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ନିଖୋଜ ହେବା ସମୟରେ ପିଙ୍କି ପୋଲିସକୁ ଇମେଲ କରି ସ୍ଵାମୀ ଓ ଶ୍ଵଶ୍ଵରଙ୍କ ବିରୋଧରେ ନିର୍ଯ୍ୟାତନାର ଅଭିଯୋଗ କରିଥିଲେ। ରବିବାର ପିଙ୍କି ନା ନିଜ ବାପ ଘରକୁ ଯାଇଛନ୍ତି ନା ଶ୍ଵଶ୍ଵର ଘରକୁ ଯାଇଛନ୍ତି।

ସେ କହିଛନ୍ତି ଯେ ପର୍ଯ୍ୟନ୍ତ ଛାଡ ପତ୍ର ନହୋଇଛି ସେ ପର୍ଯ୍ୟନ୍ତ ସେ ନିଜ ପ୍ରେମିକ ଅଶୋକ ଚୌଧୁରୀ ଘରେ ରହିବାକୁ ଚାହାନ୍ତି। ପିଙ୍କି ପୋଲିସକୁ କହିଛନ୍ତି ସେ ନିଜ ଇଚ୍ଛାରେ ଘରୁ ବାହାରିଥିଲେ ଏବଂ ନିଜ ଇଚ୍ଛାରେ ଫେରିଛନ୍ତି। ସେ ଏବେ ନିଜ ପ୍ରେମିକା ସହିତ ଲିଭ୍ ଇନରିଲେସନସିପରେ ରହିବାକୁ ଚାହାନ୍ତି ଏବଂ ସ୍ଵାମୀଙ୍କଠୁ ଛାଡପତ୍ର ପରେ ବିବାହ ବିଷୟରେ ବିଚାର କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.