ବୁଲବୁଲ ପାଇଁ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି

Published By : Prameya-News7 Bureau | November 10, 2019 IST

ଭଦ୍ରକ ୧୦/୧୧: ବୁଲବୁଲ ବାତ୍ୟା ଓଡିଶା ଅତିକ୍ରମ କରିଛି । କିନ୍ତୁ ନିଜର କରାଳ ରୂପ ମଧ୍ୟ ଦେଖାଇଛି । କେଉଁଠି ଗଛ ଭାଙ୍ଗିଛି ତ କେଉଁଠି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ସବୁଠାରୁ ଅଧିକ କ୍ଷତି ହୋଇଛି ଚାଷ ଜମି ରେ । ବୁଲବୁଲ ପାଇଁ ବର୍ଷା ସହ ପବନ ଅଧିକ କ୍ଷତି କରିଛି ।

{"id":181764}

 ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ୯୦ଟି ୧୧କେଭି ବିଦ୍ୟୁତ ଲାଇନ ଖୁଣ୍ଟ ପ୍ରଭାବିତ ହୋଇଛି । ୨୨୨ଟି ଏଲଟି ଲାଇନ ମଧ୍ୟ ପ୍ରଭାବିତ ହୋଇଛି । ୩୦୦ରାସ୍ତା ପ୍ରଭାବିତ ହୋଇଥିବା ବେଳେ ୨୨୦ ଟି ସ୍ଥାନରେ ରାସ୍ତା ଉପରେ ଗଛ ପଡିଛି । କେତେକ ସ୍ଥାନରେ ରାସ୍ତା ସଫା ହୋଇଥିବାବେଳେ କେତେକ ସ୍ଥାନରେ ଗଛକଟା କାମ ଜାରିରହିଛି ।

{"id":181765}

 ଭିନ୍ନ ଭିନ୍ନ ସ୍ଥାନରେ ଏନଡ଼ିଆରଏଫ ର ୨ଜଣ କର୍ମଚାରୀ ଆହତ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ ୧୭୩୧୮୪ ହେକ୍ଟର ଚାଷ ହୋଇଥିବାବେଳେ  ୪ଟି ବ୍ଲକ ର ୭୯୧୨୦ ହେକ୍ଟର ଚାଷଜମି ବୁଲବୁଲ ଦ୍ଵାରା ପ୍ରଭାବିତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ୫୧୨୭୫ ହେକ୍ଟର ଚାଷ ୩୩ ପ୍ରତିଶତ କ୍ଷତି ହୋଇଥିବା ବେଳେ ୨୭୮୪୫ ହେକ୍ଟର ଚାଷଜମି ୫୦ ପ୍ରତିଶତରୁ ଅଧିକ କ୍ଷତି ହୋଇଛି ।

{"id":181766}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.