Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିଛା ରାଶିରେ ଗ୍ରହଣ ଯୋଗ: ଆଗାମୀ ଦୁଇଦିନ ଅଶୁଭ, ରୁହନ୍ତୁ ସତର୍କ

12/09/2021 at 8:30 PM

ଭୁବନେଶ୍ୱର ୧୨/୦୯ : ହିନ୍ଦୁ ପାଞ୍ଜି ଅନୁଯାୟୀ, ସେପ୍ଟେମ୍ବର ୧୨ ତାରିଖ ଭାଦ୍ରବ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି। ଏହି ତିଥିକୁ ସ୍କନ୍ଦ ଷଷ୍ଠୀ ମଧ୍ୟ କୁହାଯାଏ ।୧୨ ତାରିଖ, ରବିବାର ବିଶାଖା ନକ୍ଷତ୍ର ଓ ଚନ୍ଦ୍ରମା ବିଛା ରାଶିରେ ଗୋଚର କରୁଛନ୍ତି। ବିଛା ରାଶିରେ ବର୍ତ୍ତମାନ କେତୁ ବିରାଜମାନ। ଜ୍ୟୋତିଷଶାସ୍ତ୍ରରେ କେତୁକୁ ପାପ ଗ୍ରହ ବୋଲି କୁହାଯାଏ। କୁହାଯାଏ ଯେ ଏହା ସବୁବେଳେ ଅଶୁଭ ଫଳ ପ୍ରଦାନ କରିଥାଏ।

ସେପ୍ଟେମ୍ବର ୨୩ ତାରିଖରେ କେତୁ ବିଛା ରାଶିରେ ପ୍ରବେଶ କରିଥିଲେ। ବିଛା ରାଶିରେ କେତୁ ୨୦୨୨ ଏପ୍ରିଲ ୧୨ ଯାଏଁ ରହିବେ। କେତୁ ସବୁବେଳେ ଅଶୁଭ ଫଳ ପ୍ରଦାନ କରିନଥାଏ। ବିଶେଷ ପରିସ୍ଥିତିରେ ଶୁଭ ଫଳ ମଧ୍ୟ ପ୍ରଦାନ କରିଥାଏ। କେତୁର ପ୍ରଭାବ କିଛି କିଛି ମଙ୍ଗଳ ଗ୍ରହ ଭଳି। ସେଥିପାଇଁ କେତୁକୁ କ୍ରୁର ଗ୍ରହ ବୋଲି କୁହାଯାଏ। କେତୁ ଗ୍ରହର ରଙ୍ଗ କୃଷ୍ଣ ବର୍ଣ୍ଣ। କେତୁ ମୋକ୍ଷର କାରକ ମଧ୍ୟ। କେତୁକୁ ଚର୍ମ ରୋଗର କାରକ ମଧ୍ୟ କୁହାଯାଏ।

ଚନ୍ଦ୍ରମା ଯେତେବେଳେ ରାହୁ କିମ୍ବା କେତୁ ସମ୍ପର୍କରେ ଆସିଲେ ଗ୍ରହଣ ଯୋଗ ସ୍ଥିତି ରହିଥାଏ। ଜ୍ୟୋତିଷଶାସ୍ତ୍ରରେ ଗ୍ରହଣ ଯୋଗକୁର ଅଶୁଭ ଓ ଭୟଙ୍କର ଫଳ ପ୍ରଦାନ କରୁଥିବା ଯୋଗ ବୋଲି କୁହାଯାଇଛି। ପାଞ୍ଜି ଅନୁଯାୟୀ, ସେପ୍ଟେମ୍ବର ୧୨, ରବିବାର ଦିନ ବିଛା ରାଶିରେ ଚନ୍ଦ୍ରମା ଗୋଚର କରିବେ। ଚନ୍ଦ୍ରମା ୧୪ ତାରିଖ, ମଙ୍ଗଳବାର ପ୍ରାତଃ ୭ଟା ୫ ମିନିଟ ଯାଏଁ ଏହି ରାଶିରେ ରହିବେ। ଚନ୍ଦ୍ରମା ଯେପର୍ଯ୍ୟନ୍ତ ବିଛା ରାଶିରେ ରହିବେ ସେପର୍ଯ୍ୟନ୍ତ ଗ୍ରହଣ ଯୋଗ ସ୍ଥିତି ରହିବ। ଗ୍ରହଣ ଯୋଗ ଯୋଗୁଁ ଚନ୍ଦ୍ରମାଙ୍କ ଶକ୍ତି କ୍ଷୀଣ ହୋଇଯାଏ ଓ ସେ ଶୁଭ ଫଳ ପ୍ରଦାନ କରିପାରନ୍ତି ନାହିଁ।

ଚନ୍ଦ୍ରମାଙ୍କୁ ମନର କାରକ ବୋଲି କୁହାଯାଏ। ଚନ୍ଦ୍ରମାରେ ଗ୍ରହଣ ଲାଗିଲେ ବ୍ୟକ୍ତିଙ୍କୁ ମାନସିକ ସମସ୍ୟା, ଅବସାଦ, ବିବାଦ, ଅଜଣା ଭୟ ଆଦି ଅନୁଭୂତ ହୋଇଥାଏ। ଏହି ସମୟରେ ବାଦ-ବିବାଦ ସ୍ଥିତିରୁ ଦୁରେଇ ରହିବା ଉଚିତ। ତାଛଡା ପୁଞ୍ଜି ବିନିଯୋଗରେ ମଧ୍ୟ ସାବଧାନ ରହିବା ଉଚିତ। ଗ୍ରହଣ ଯୋଗ ସମୟରେ ଯାନବାହାନ ପ୍ରୟୋଗରେ ମଧ୍ୟ ସତର୍କ ରହିବା ଉଚିତ। ଏହି ସମୟରେ କୌଣସି ଭୁଲ କାମ କରିବା ଉଚିତ ନୁହେଁ।

   Related Posts