ସୋଆ କୃଷି ବିଜ୍ଞାନ କଲେଜର ଗ୍ରାଜୁଏସନ୍ ଡେ’ ଅନୁଷ୍ଠିତ

Published By : Prameya-News7 Bureau | September 19, 2019 IST

ଭୁବନେଶ୍ବର ୧୯|୯:  ସୋଆ ପରିଚାଳିତ କୃଷି ବିଜ୍ଞାନ କଲେଜ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସର ୨୦୧୮ ବ୍ୟାଚର ଛାତ୍ରଛାତ୍ରୀଙ୍କର ଗ୍ରାଜୁଏସନ୍ ଡେ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଛାତ୍ରଛାତ୍ରୀଙ୍କୁ କୃଷି କ୍ଷେତ୍ରରେ ସୋଆର ପ୍ରତିନିଧି ଭାବେ ନିଜକୁ ସାରା ଦେଶରେ ପ୍ରତିପାଦିତ କରିବା ପାଇଁ ଆହ୍ବାନ ଦେଇଥିଲେ । ସେ କହିଥିଲେ ଆମ ଦେଶରେ ଲୋକସଂଖ୍ୟାର ୬୫ ରୁ ୭୦ % କୃଷି ସହିତ ସଂଶ୍ଳିଷ୍ଟ । କୃଷି ହିଁ ଆମ ଦେଶର ମେରୁଦଣ୍ଡ । ତେଣୁ ଦେଶ ନିର୍ମାଣରେ କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନେ ଜଡିତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

{"id":159759}

ସୋଆର ୯ଟି ଅନୁଷ୍ଠାନ ନିଜର ଉକ୍ରର୍ଷ ପ୍ରତିପାଦିତ କରିପାରିଛନ୍ତି ବୋଲି ମତ ଦେଇ ସେ କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତାର ପ୍ରମାଣ ଦେବାକୁ କହିଥିଲେ । ଚଳିତ ବର୍ଷ ଇଣ୍ଡିଆନ୍ କାଉନ୍ସିଲ୍ ଫର୍ ଏଗ୍ରିକଲ୍ଚରାଲ ଆଣ୍ଡ ରିସର୍ଚ୍ଚ ପକ୍ଷରୁ କୃଷି ବିଜ୍ଞାନ କଲେଜକୁ ମାନ୍ୟତା ମିଳିବା ଖୁବ୍ ଗର୍ବର ବିଷୟ ବୋଲି ପ୍ରଫେସର ବାନାର୍ଜୀ କହିଥିଲେ ।

ସୋଆ କୃଷି ବିଜ୍ଞାନ କଲେଜର ୨୦୧୮ ବ୍ୟାଚର ୧୦୩ ଜଣ ବିଏସ୍ସି (ଏଗ୍ରିକଲଚର) ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଗ୍ରାଜୁଏସନ୍ ଡେ’ କାର୍ଯ୍ୟକମ୍ରରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କଲେଜର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଏବଂ ଆସୋସିଏଟ୍ ଡିନ୍ ପ୍ରଫେସର ପି.କେ. ଦାସ ବକ୍ତବ୍ୟ ରଖିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.