ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ - ଅମିତ ଶାହ

Published By : Prameya-News7 Bureau | November 17, 2019 IST

ନୂଆଦିଲ୍ଲୀ ୧୭।୧୧ – ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଦାଖରେ ଦେଶରେ ପ୍ରଥମ ଆଇଓସିଲ ଦ୍ୱାରା ତିଆରି ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ- ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପଦକ୍ଷେପ ପାଇଁ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେବା ସହ ଏହି ଐତିହାସିକ ପଦକ୍ଷେପ ଦ୍ୱାରା କେନ୍ଦ୍ର ଶାସିତ ଅଂଚଳ ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏହି ପଦକ୍ଷେପ ଲଦାଖର ଅର୍ଥନୀତି ଓ ଲୋକଙ୍କ ଜୀବନଶୈଳିକୁ ଗତି ଦେବ। ଆଗାମୀ ଦିନରେ ଲଦାଖର ବିକାଶରେ ବହୁତ ବଡ ପରିବର୍ତନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି। ସେହିପରି ଆଗାମୀ ୪ ବର୍ଷ ମଧ୍ୟରେ ଲଦାଖରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଦେଶର ସର୍ବବୃହତମ ତଥା ୭୫୦୦ ମେଗାଓା୍ୱଟର ସୌର ପ୍ରକଳ୍ପ ଶେଷ ହେବ। ଏହା ଦ୍ୱାରା ଲଦାଖର କେବଳ ବିକାଶ ହେବ ନାହିଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଶାହ କହିଛନ୍ତି।


ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି କାରଣୁ ଦେଶରେ ପ୍ରଥମ ଥର ପାଇଁ ଏପରି ପଦକ୍ଷେପ ନିଆଯାଇପାରିଛି। ମୋଦିଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପ ଲଦାଖର ଉର୍ଜା ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି।


କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ଶୀତଋତୁରେ ଲଦାଖରେ ଅତ୍ୟଧିକ ଶୀତ ତଥା ପାରଦରେ ମାତ୍ରା ମାଇନସ ଡିଗ୍ରୀ ରହିବା କାରଣରୁ ଡିଜେଲ୍ ବରଫ ଆକାର ହୋଇଯାଉଥିଲା। ଯାଦ୍ୱାରା ଏହି ଅଂଚଳରେ ଡିଜେଲ ଚାଳିତ ଗାଡି ବନ୍ଦ ହେବା ଫଳରେ ବ୍ୟବସାୟ ଠପ୍ ହେବା ସହ ପର୍ଯ୍ୟଟନରେ ବାଧା ଉପୁଜୁଥିଲା। ମାତ୍ର ଆଇଓସିଏଲ୍ ଦ୍ୱାରା
ନିର୍ମିତ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ -୩୩ ଡିଗ୍ରୀ ତାପମାତ୍ରାରେ ମଧ୍ୟ ରହିପାରିବାର କ୍ଷମତା ରଖିଛି।
ଏହାକୁ ଆଇଓସିଏଲର ପାନିପଥ ରିଫାଇନାରୀରେ ତିଆରି କରାଯାଇଛି। ଏବେ ଏହି ବ୍ୟବସ୍ଥା ଫଳରେ ସୁରକ୍ଷା କର୍ମୀ, ପର୍ଯ୍ୟଟକ ଏବଂ ସ୍ଥାନୀୟବାସୀଙ୍କବାସୀ ପାଇଁ ଇନ୍ଧନ ଯୋଗାଣର ସୁନିଶ୍ଚିତ ହୋଇଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଏକ ଲୋକକଲ୍ୟାଣ ସରକାର ଥିବାରୁ ଗରିବ ଏବଂ ସାଧାରଣ ଲୋକଙ୍କ ସମସ୍ତ ଆବଶ୍ୟକତା ଏବଂ ମୌଳିକ ସୁବିଧାକୁ ପହଁଚାଇବା ପାଇଁ ଆମେ ପ୍ରଯତ୍ନଶୀଳ। ମୋଦି ଅଛନ୍ତି ତ ସବୁ ସମ୍ଭବ ସାମାନ୍ୟ ତଥା ଗରିବ ଲୋକଙ୍କ ଜୀବନରେ ନୂଆ ଆଶା ସଂଚାର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.