Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସରକାରଙ୍କ 5T ସଚିବ ଭି. କେ. ପାଣ୍ଡିଆନଙ୍କ ଅଚାନକ ଦକ୍ଷିଣ ଓଡ଼ିଶା ଗସ୍ତ

9/10/2019 at 5:47 PM

ଭୁବନେଶ୍ୱର /ମାଲକାନଗିରି – ସରକାରଙ୍କ 5T ସଚିବ ଭି. କେ. ପାଣ୍ଡିଆନଙ୍କ ଅଚାନକ ଦକ୍ଷିଣ ଓଡ଼ିଶା ଗସ୍ତ । ସାଥିରେ ଅର୍ଥ ସଚିବ ଆଉ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ବି ଯାଇଛନ୍ତି । ସରକାରଙ୍କ 5T କାର୍ଯ୍ୟ କେମିତି ଚାଲିଛି ସୁଦୂର ମାଲଗାନଗିରି, କୋରାପୁଟ ଓ ନବରଙ୍ଗପୁରରେ ମୋ ସରକାର କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ କେତେ ଗୁରୁତର ସହିତ ନେଇଛନ୍ତି ତାକୁ ଦେଖିବାଲାଗି ନିଜେ ସଚିବ ଭିକେ ପାଣ୍ଡିଆନ ଟିମ୍ ସହିତ ପହଂଚିଥିଲେ। ଏଣେ କିନ୍ତୁ ସରକାରଙ୍କ 5Tକୁ ନେଇ ନେତାଙ୍କ ମନରେ ନାନା ପ୍ରଶ୍ନ।

ମାଲକାନଗିରିରେ କେମିତି ଚାଲିଛି 5T । ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରର ଗରିବ ଓ ଅବହେଳିତ ଲୋକ ସରକାରୀ ସୁବିଧା ଠିକ୍ ଭାବେ ପାଉଛନ୍ତି ତ । ଏସବୁର ତଦାରଖ କରିବାକୁ ଆଜି ୩ ଜିଲ୍ଲାର ସଦର ମହକୁମାରେ ପହଁଚିଥିଲେ 5T ସଚିବ ଭି. କାର୍ତିକେୟନ ପାଣ୍ଡିଆନ । ସାଥିରେ ଥିଲେ ଅର୍ଥ ସଚିବ ଏ.କେ. ମିନା ଆଉ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଥାନା, ଡାକ୍ତରଖାନା, ଓ ଆରଟିଓ ଅଫିସରେ ଠିକ୍ ଠାକ୍ କାମ କରୁଛି କି ନାହିଁ ସରକାରଙ୍କ ସବୁଠୁ ଅଧିକ ଫୋକସରେ ଥିବା 5T ମନ୍ତ୍ର , ଏହାର ତଦାରଖ କରିଥିଲେ। ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ଭେଟିବା ସହ ଉପସ୍ଥିତ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ମାଲକାନଗିରି ଜିଲ୍ଲା ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନଥିବାରୁ ସପ୍ତାହକୁ ଥରେ ବିଶାଖାପାଟଣା କିମ୍ବା ହାଇଦ୍ରାବାଦରୁ ଦୁଇ ଜଣ ଡାକ୍ତରଙ୍କୁ ହେଲିକପଟର ଯୋଗେ ଆଣିବାକୁ ନିଷ୍ପତ୍ତି ହୋଇଛି । ସେମାନ ଦିନେ ଦୁଇ ଦିନ ଜିଲ୍ଲା ସଦର ଚିକିତ୍ସାଳୟରେ ରହି ରୋଗୀଙ୍କୁ ସେବା ଯୋଗାଇବେ । ଯାହାର ସଂପୁର୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ହେଲେ ସଚିବ ମାନଙ୍କ ଅଚାନକ ଜିଲ୍ଲାଗସ୍ତ ଏବଂ ସରକାରୀ କାର୍ଯ୍ୟର ତଦାରଖକୁ ଠିକ୍ ଭାବେ ଗ୍ରହଣ କରିପାରିନାହାଁନ୍ତି ବିରୋଧୀ । ବିଗତ ଦିନରେ ସଚିବ ମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରିଯାପନ କରିବା ସହ ବିକାଶ କାର୍ଯ୍ୟ ତଦାରଖ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତାହା ଦ୍ବାରା କଣ ଲାଭ ମିଳିଥିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ନହେଲେ ଏଭଳି ଗସ୍ତ କେବଳ ଲୋକଦେଖାଣିଆ ହୋଇଯିବ ।

କିଛି ବାବୁମାନେ ଲୋକଙ୍କୁ ଠିକ୍ ସେବା ଯୋଗାଉନାହାଁନ୍ତି ବୋଲି ସରକାର ଅବଗତ ଅଛନ୍ତି । ସେଥିପାଇଁ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଠିକ୍ ସମୟରେ କିଭଳି ଲୋକେ ସରକାରୀ ସେବା ପାଇବେ ସେଥିପାଇଁ ଜୋରଦାର ପ୍ରୟାସ କରୁଛନ୍ତି । ତେବେ ଲୋକ କହୁଛନ୍ତି ଏହା ଲଙ୍ଗ୍ ଟର୍ମ ହେବା ଦରକାର ।

   Related Posts