Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପୁରୀରେ ହେବନି ବିଚ୍ ସାକ୍ସ ପ୍ରକଳ୍ପ, ପ୍ରସ୍ତାବରୁ ଓହରିଲେ ରାଜ୍ୟ ସରକାର

30/07/2021 at 4:40 PM

ପୁରୀ ୩୦।୭: ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ବେଳାଭୂମିରେ ବିଚ୍ ସାକ୍ସକୁ ଗୁରୁବାର ବିଭିନ୍ନ ସଙ୍ଗଠନର ବିରୋଧ ପରେ ପ୍ରସ୍ତାବରୁ ଓହରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ପ୍ରତ୍ୟାହାର ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି। 

ଶ୍ରୀକ୍ଷେତ୍ରର ଭଳି ପବିତ୍ର ତୀର୍ଥସ୍ଥଳୀ ଭୋଗସ୍ଥଳୀରେ ପରିଣତ ହେବାକୁ ଯାଉଥିଲା। ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ବେଳାଭୂମିରେ ଗୋଆ ବିଚ୍ ଭଳି ହୋଇଥାନ୍ତା ଅତ୍ୟାଧୁନିକ ବିଚ୍ ସାକ୍ସ । ଯେଉଁଥିରେ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧି ହୋଇଥାନ୍ତା ମଦ୍ୟପାନର ବ୍ୟବସ୍ଥା । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏଭଳି ବ୍ୟବସ୍ଥା ଖୁବଶୀଘ୍ର ହେବାକୁ ଯାଉଥିବା ବେଳେ ଆବେଦନ ପ୍ରକ୍ରିୟା ମଧ୍ୟ ଆଜି ଶେଷ ହୋଇଥାନ୍ତା। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଗୁରୁବାର ରାଜରାସ୍ତାକୁ ଓହ୍ଲାଇଥିଲେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସଙ୍ଗଠନ। ତେବେ ବିଶ୍ବ ଆଧ୍ୟାତ୍ମିକ ନଗରୀରେ ଓଟିଡିସି ପର୍ଯ୍ୟଟନଶିଳ୍ପର ବିକାଶ କରିବା ପରିବର୍ତ୍ତେ ମଦ ପ୍ରସାରର ଯୋଜନାକୁ କଡା ବିରୋଧ କରିଥିଲେ ପୁରୀର ବିଭିନ୍ନ ମଦ ବିରୋଧୀ ସଙ୍ଗଠନ।

ଜଗନ୍ନାଥ ସଂସ୍କୃତିକୁ ନେଇ ସାରା ବିଶ୍ବରୁ ଭକ୍ତ ପୁରୀ ଆସୁଥିବା ବେଳେ ଏହି ପବିତ୍ର ସ୍ଥାନରେ ରାଜ୍ୟ ସରକାରଙ୍କ ଓଟିଡିସି ତରଫରୁ ମଦ ବିକ୍ରି ଯୋଜନାକୁ ନିନ୍ଦା କରିବା ସହ ଏହା ଜଗନ୍ନାଥ ସଂସ୍କୃତିର ବିଲୋପ ପାଇଁ କେତେକ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ପ୍ରୟାସ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ।

ସେପଟେ ଗୁରୁବାର ମଧ୍ୟ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ତୁରନ୍ତ ଏହି ପ୍ରସ୍ତାବରୁ ନିବୃତ୍ତ ରୁହନ୍ତୁ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ପୁରୀ ବିଚ୍ ସାକ୍ସ ଯୋଜନାକୁ ଶୁକ୍ରବାର ରାଜ୍ୟ ସରକାର ପ୍ରତ୍ୟାହାର କରିବା ପରେ ବୁଦ୍ଧିଜୀବୀ ଓ ସେବାୟତମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବପ୍ନ ଦେଖିଥିଲେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀକ୍ଷେତ୍ରରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ କାର୍ଯ୍ୟ ଜାରି ରହିଛି। ଏହାଦ୍ବାରା ବିଶ୍ବ ଦରବାରରେ ଶ୍ରୀକ୍ଷେତ୍ର ପୁରୀ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବ। ତେବେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଓଡିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିକୁ ଅତ୍ୟାଧୁନିକ ବ୍ୟବସ୍ଥାରେ ଗଢି ତୋଳିବାକୁ ସହ ମଦ ବାର୍ ବା ମଦ ଦୋକାନର ଆସର ଜମିବା ପାଇଁ ଯୋଜନା ହୋଇଛି। ଏହି ୬ଟି ବେଳାଭୂମି ମଧ୍ୟରୁ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ବେଳାଭୂମିକୁ ସ୍ଥାନ ଦିଆଯାଇଥିଲା । ଯାହାକୁ ନେଇ ଗୁରୁବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ତେବେ ପୁରୀ ଜିଲ୍ଲାର କୌଣସି ବେଳାଭୂମିରେ ଏଭଳି ପ୍ରକଳ୍ପ କରାଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଦେଇଛନ୍ତି। 

ମଦ ବିକ୍ରି ପାଇଁ ରାଜ୍ୟ ରାଜକୋଷକୁ ବିପୁଳ ପରିମାଣର ଅର୍ଥ ଆସୁଥିବା ବେଳେ ଶ୍ରୀକ୍ଷେତ୍ର ଭଳି ଆଧ୍ୟାତ୍ମିକ ସହରରେ ମଦର ପ୍ରଚାରପ୍ରସାରରୁ ସରକାର ନିବୃତ୍ତ ରୁହନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। 

   Related Posts