ସଂସଦରେ ଅଭିଭାଷଣ ରଖିବା ସମୟରେ ମହାନଦୀ ପ୍ରଦୂଷଣମୁକ୍ତ ପ୍ରସଙ୍ଗ ଉଠାଇଲେ ରାଷ୍ଟ୍ରପତି

Published By : Prameya-News7 Bureau | June 20, 2019 IST

ନୂଆଦିଲ୍ଲୀ ୨୦|୬: ଆଜି ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିବା ସମୟରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି । ଦେଶରୁ ଜଳସଙ୍କଟ ଦୂର କରିବା ପାଇଁ କେନ୍ଦ୍ର ସରକାର ଚେଷ୍ଟିତ ବୋଲି ଅଭିଭାଷଣରେ କହିଛନ୍ତି । ଦେଶର ବିଭିନ୍ନ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଚେଷ୍ଟିତ । ନମାମି ଗଙ୍ଗେ ଯୋଜନାରେ ଗଙ୍ଗା ନଦୀକୁ ଛଡା ଯାଉଥିବା ଆବର୍ଜନାକୁ ବନ୍ଦ କରାଯିବ । ଗଙ୍ଗା ନଦୀ ଭଳି ସରକାର କାବେରୀ, ପେରିୟାର, ନର୍ମଦା, ଯମୁନା, ମହାନଦୀ ଏବଂ ଗୋଦାବରୀ ଭଳି ଅନ୍ୟ ନଦୀକୁ ପ୍ରଦୂଷଣରୁ ମୁକ୍ତ କରାଯିବ । ଗତ କିଛି ବର୍ଷ ଧରି ଦେଶର ବିଭିନ୍ନ ନଦୀ ପ୍ରଦୂଷିତ ହେବାରେ ଲାଗିଛି । ଯେଉଁଥିରୁ ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ ବାଦ ପଡିନାହିଁ । ବର୍ତମାନ କେନ୍ଦ୍ର ସରକାର ଏହି ନଦୀକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.