ମହାକୁମ୍ଭ ହୋଇଯିବନି ତ କରୋନା ସୁପର୍ ସ୍ପ୍ରେଡର୍: ଲୋକଙ୍କୁ ସଚେତନ କରିବାକୁ ସାଧୁ ସନ୍ଥଙ୍କ ସାହାଯ୍ୟ ନେବେ ସରକାର

Published By : Prameya-News7 Bureau | April 06, 2021 IST

ହରିଦ୍ୱାର ୦୬/୦୪ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ସରକାରଙ୍କ ଚିନ୍ତାର କାରଣ ହୋଇଛି। ସରକାର ଏଇଥିପାଇଁ ଅଧିକ ଚିନ୍ତିତ କାରଣ ଲୋକେ ଆଗରୁ ଯେଉଁଭଳି ଭାବେ କରୋନା ନିୟମ ପାଳନ କରୁଥିଲେ ଏବେ ସେହିଭଳି ପାଳନ କରୁନାହାନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ସଚେତନ କରିବାକୁ ମଙ୍ଗଳବାର ଠାରୁ ଏପ୍ରିଲ ୧୪ ତାରିଖ ଯାଏଁ ଏକ ବିଶେଷ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦେଶରେ ୮ ରାଜ୍ୟରେ ସଂକ୍ରମଣ ମାମଲା ଲଗାତାର ବଢ଼ିବାରେ ଲାଗିଛି ଯାହା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ଏହି ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ହେଲା ଉତ୍ତରାଖଣ୍ଡ। ବର୍ତ୍ତମାନ ହରିଦ୍ୱାରରେ ମହା କୁମ୍ଭ ମେଳା ଚାଲିଛି। କରୋନା ମହାମାରୀ ମଧ୍ୟରେ ହରିଦ୍ୱାର କୁମ୍ଭକୁ ନେଇ ସରକାର ସତର୍କ ଅଛନ୍ତି। ମହା କୁମ୍ଭରେ ଯେତେ ସଂଖ୍ୟକ ଶ୍ରଦ୍ଧାଳୁ ଆସନ୍ତି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ କରିବା ଓ ଅନ୍ୟାନ୍ୟ କରୋନା ନିୟମ ପାଳନ କରାଇବା ସବୁଠାରୁ ବଡ ଚ୍ୟାଲେଞ୍ଜ। ତେବେ ସରକାର ଏଥିପାଇଁ ଚିନ୍ତିତ ଯେ ମହାକୁମ୍ଭ ସୁପର ସ୍ପ୍ରେଡର ନ ହେଇଯାଉ।

ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁ ସଚେତନ କରିବା ପାଇଁ ପ୍ରଚାର ପ୍ରସାରର ଅନ୍ୟ ମାଧ୍ୟମ ଛଡା ସାଧୁ ସନ୍ଥଙ୍କ ମଧ୍ୟ ସାହାଯ୍ୟ ନିଆଯିବ। ଏଥିପାଇଁ କେନ୍ଦ୍ର ସରକାର ଏକ ଟିମ ଗଠନ କରିଛନ୍ତି। ମହାକୁମ୍ଭ ଧର୍ମ ଓ ଆସ୍ଥାର ଏମିତି ଏକ ସଙ୍ଗମ ଯେଉଁଠି ବହୁ ସଂଖ୍ୟାରେ ଲୋକେ ସାମିଲ ହୁଅନ୍ତି। ହରିଦ୍ୱାରରେ କୁମ୍ଭ ମେଳା ଏପ୍ରିଲ ୩୦ ତାରିଖ ଯାଏଁ ଚାଲିବ।

{"id":434203,"sizeSlug":"large","linkDestination":"none"}

ସୋମବାର ଦିନ ସରକାରଙ୍କ ଅଧିକାରୀଙ୍କ ଏକ ବୈଠକରେ ସେସବୁ ତରିକା ଉପରେ ବିଚାର କରାଯାଇଛି ଯେପରି ଲୋକଙ୍କୁ କରୋନା ସମ୍ପର୍କରେ ସତର୍କ କରାଯାଇପାରିବ ଏବଂ ସଂକ୍ରମଣରୁ ବଞ୍ଚିବା ପାଇଁ ତରିକା ସମ୍ପର୍କରେ ସଚେତନ କରାଯିବ। ବୈଠକରେ ଗୋଟିଏ କଥାରେ ବିଶେଷ ଭାବେ ରଖାଙ୍କିତ କରାଯାଇଛି ଯେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର କାରଣ ଲୋକଙ୍କ ଅସତର୍କତା, ଦାୟିତ୍ବହୀନତା ଓ ଅବହେଳା।

ବିଶେଷଜ୍ଞ କହିଛନ୍ତି, ଲୋକେ ଏଇଥିପାଇଁ ଅବେହଳା କରୁଛନ୍ତି କାରଣ ଲୋକେ ଆଉ ପୂର୍ବ ଭଳି ଭୟ କରୁନାହାନ୍ତି। ତେବେ ଲୋକଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି ନ କରି 'Healthy Fear for Corona' ଅଭିଯାନ ଆରମ୍ଭ କରାଯିବ। ଏହାସହ ଅଧିକ ସଂଖ୍ୟାରେ ଟିକାକରଣ କରିବା ଉପରେ ମଧ୍ୟ ସରକାର କାମ କରୁଛନ୍ତି। ଏଥିପାଇଁ ସରକାର ସିଧା ସଳଖ ଲୋକଙ୍କୁ ଯୋଗାଯୋଗ କରିବେ। ସମସ୍ତ ଅବସରପ୍ରାପ୍ତ ଲୋକଙ୍କୁ ଟିକା ନେବାକୁ ପ୍ରେରିତ କରିବାକୁ ଚିଠି ପଠାଇବାକୁ ନିଷ୍ପତ୍ତି ନେଇପାରନ୍ତି। ତାଛଡା ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ଶୀଘ୍ର ଟିକା ଲଗାଇବାକୁ ନିଷ୍ପତ୍ତି ନିଆଯାଇପାରେ। କାରଣ ବ୍ୟାଙ୍କ କର୍ମଚାରୀ ଲଗାତାର ଲୋକଙ୍କ ସମ୍ପର୍କରେ ଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.