ଏବେ ବେନାମୀ ସମ୍ପତ୍ତି ଉପରେ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ମୋଦି ସରକାର, ପ୍ରସ୍ତୁତ ହେଉଛି ଚିଠାପ୍ରସ୍ତାବ

Published By : Prameya-News7 Bureau | October 30, 2019 IST

ନୂଆଦିଲ୍ଲୀ : ଦେଶରେ କଳାଧନ ଉପରେରୋକ ଲଗାଇବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ନୋଟବନ୍ଦୀ ଭଳି ପୁଣି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିରେ ବେନାମୀ ସମ୍ପତ୍ତିକୁ ସରକାର ଟାର୍ଗେଟ କରିବାକୁ ଯାଉଥିବା ବେଳେ ଏଥିଲାଗି ଏବେ ଚିଠାପ୍ରସ୍ତାବ ପ୍ରସ୍ତୁତି ହେଉଛି। ଖୁବ ଶୀଘ୍ର ପ୍ରସ୍ତାବ କ୍ୟାବିନେଟ୍ ରେ ଉପସ୍ଥାପନ କରାଯିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ।

{"id":177086}

ପ୍ରାପ୍ତ ସୂଚନା ଅନୁସାରେ କେନ୍ଦ୍ର ସରକାର ପ୍ରପର୍ଟି ଓନରସିପ୍ ନେଇ ଏକ ଆଇନ ଆଣିବାକୁ ଯାଉଛନ୍ତି, ଯେଉଁଥିରେ ପ୍ରପର୍ଟି ହକ୍ ଲାଗି ତାକୁ ଆଧାର ଲିଙ୍କ କରିବା ଜରୁରି ହେବ। ଫଳରେ ସମ୍ପତ୍ତି କିଣାବିକାରେ ଠକାମୀ ରୋକାଯିବା ସହ ବେନାମୀ ସମ୍ପତ୍ତି ଧରାପଡିବ। ପ୍ରପର୍ଟି ଓନରସିପ୍ ଲାଗି ଆଇନ ନିମନ୍ତେ ଏବେ ଚିଠା ପ୍ରସ୍ତୁତ କରାଯାଉଛି। ଏଥି ଲାଗି ୫ ସଦସୀୟ ଏକ ଏକ୍ସପର୍ଟ କମିଟି ମଧ୍ୟ ଗଠିତ ହୋଇଛି।

{"id":177087,"width":582,"height":391}

ଆଧାର ସହ ନିଜର ପ୍ରପର୍ଟି ଲିଙ୍କ କରିଥିବା ଲୋକଙ୍କ ସମ୍ପତ୍ତି ଯଦି କେହି ହଡପ ହୁଏ ତେବେ ତାକୁ ମୁକାଳିବାର ଦାୟିତ୍ୱ ଏବେ ସରକାରଙ୍କର ହେବ। ଯଦି ସରକାର ଏଥିରେ ବିଫଳ ହୁଅନ୍ତି ତେବେ ସମ୍ପୃକ୍ତ ସମ୍ପତ୍ତି ମାଲିକଙ୍କୁ ସମ୍ପତ୍ତିର କ୍ଷତିପୁରଣ ପ୍ରଦାନ କରାଯିବାର ବି ଆଇନରେ ପ୍ରାବଧାନ ରହିବ। ଏଣୁ ଦେଶରେ ଜୋରଜବରଦସ୍ତ ସମ୍ପତ୍ତି ହଡପ ମାମଲା ମଧ୍ୟ ହ୍ରାସ ହେବ।   ତେବେ ଯେଉଁ ସମ୍ପତ୍ତି ଆଧାର ଲିଙ୍କ ହୋଇନଥିବ ସେ ସମ୍ପତ୍ତିର ସରକାର କୌଣସି ଦାୟିତ୍ୱ ନେବେ ନାହିଁ।

{"id":177088,"width":570,"height":383}

ସମ୍ପତ୍ତିକୁ ଆଧାର ଲିଙ୍କ କରିବା ଲାଗି ରେଜିଷ୍ଟ୍ରାରଙ୍କ ଅଫିସର ଖସରା ନମ୍ବର ଅନୁସାରେ ଆପଣଙ୍କୁ କେବଳ ଟାଇଟେଲ ଜେନେରେଟ କରିବାକୁ ପଡିବ। ଯାହାକୁ ଆପଣ ସିଧା  ଆପଣଙ୍କ ଆଧାର ସହ ଲିଙ୍କ କରିବେ। ଏଣିକି ଜମି ହେଉ କି ଘର ରେଜିଷ୍ଟ୍ରି ପରେ ହେବ ଆଗ ପ୍ରପର୍ଟିର ଟାଇଟେଲ ଅପଡେଟ ହେବ। ଯଦି ଅଧା ପ୍ରପର୍ଟିବି କେହି ବିକ୍ରି କରିବେ ତେବେ ତୁରନ୍ତ ରେକର୍ଡ ଅପଡେଟ୍ ହୋଇଯିବ। ଏବେ ବାୟୋମେଟ୍ରିକ ଯୋଗେ ଲୋକେ ଘରେ ବସି ସମ୍ପତ୍ତି ବିକ୍ରି କରିପାରିବେ। ତେବେ ରେଜିଷ୍ଟ୍ରେସନ ଲାଗି ୧ ମାସ ସମୟ ଲାଗିବ।

{"id":177089}

ଏହି ନୂଆ ଆଇନ ୨ ପ୍ରକାରେ ଲାଗୁ ହେବ। ପ୍ରଥମ ପ୍ରକାରେ ଆପଣ ସମ୍ପତ୍ତି କିଣିବା ସହ ଆଧାର ଲିଙ୍କ କରାଇବେ ଅଥବା ଦ୍ୱିତୀୟ ପ୍ରକାରେ ସମ୍ପତ୍ତି ବିକ୍ରି ବା ଟ୍ରାନ୍ସଫର ବେଳେ କରାଇବେ। ଏଭଳି ପ୍ରପର୍ଟି ଟାଇଟଲକୁ ବ୍ୟାଙ୍କମାନେ ସହଜରେ ଋଣ ଦେବା ସହ ସମ୍ପତ୍ତି ଜନିତ ସମସ୍ୟାର ସମାଧାନ ଲାଗି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ରହିବ। ସମ୍ପତ୍ତି ସମ୍ପର୍କିତ ମୋକଦ୍ଦମା ମଧ୍ୟ ହ୍ରାସ ହେବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.