ଆସୁଛି ବିକଳ୍ପ, ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟକୁ ଟକ୍କର ଦେବ ସରକାରଙ୍କ ଓଏନ୍‌ଡିସି ଆପ୍‌, ଜାଣନ୍ତୁ କଣ ରହିଛି ବିଶେଷତ୍ୱ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ, ୧୨/୦୭: ସରକାର ୟୁପିଆଇକୁ ଆଧାର କରି ନିଜର ନେଟ୍‌ୱାର୍କ ଫର୍‌ ଡିଜିଟାଲ୍‌ କମର୍ସ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ସରକାର ଏହି ପ୍ଲାଟ୍‌ଫର୍ମ ଜରିଆରେ ବିକ୍ରେତା ଏବଂ ଲଜିଷ୍ଟିକ୍‌ ସେବା କମ୍ପାନୀମାନଙ୍କ ସହ କିଣୁଥିବା ବ୍ୟକ୍ତିଙ୍କୁ ସଂଯୋଗ କରିବାକୁ ଯୋଜନା ରଖିଥିବା ଜଣାପଡ଼ିଛି ।

ଯଦି ସରକାରଙ୍କ ଏହି ପ୍ଲାଟ୍‌ଫର୍ମ ଓଏନ୍‌ଡିସି ମଡେଲ୍‌ ସଫଳ ହୁଏ ତେବେ ଏହା ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଭଳି କମ୍ପାନୀଙ୍କ ସହିତ ପ୍ରତିଦ୍ୱନ୍ଦିତା କରିପାରିବ । ୟୁପିଆଇ ଭିଳି ବଡ଼ ବଡ଼ ବେସରକାରୀ କମ୍ପାନୀଗୁଡ଼ିକ ଏଥିରେ ଯୋଡ଼ି ହେବା ନେଇ ସରକାର ଆଶା ରଖିଛନ୍ତି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଓଏନ୍‌ଡିସି ଇ-ମେଲ୍‌ ଭଳି ହେବ । ଯେଉଁଥିରେ ମେଲ୍‌ ପଠାଇଥିବା ବ୍ୟକ୍ତି ଏବଂ ଏହା ଗ୍ରହଣ କରିଥିବା ବ୍ୟକ୍ତି ଗୋଟିଏ ପ୍ଲାଟ୍‌ଫର୍ମର ହୋଇଥିବା ଜରୁରୀ ନୁହେଁ । ଜଣେ ଗୁଗୁଲ୍‌ର ହୋଇପାରେ ତ ଆଉଜଣେ ୟାହୁର ହୋଇପାରନ୍ତି ବୋଲି କୁହାଯାଇଛି ।

ଏହି ନେଟ୍‌ୱାର୍କରେ ଉପଭୋକ୍ତାଙ୍କୁ ଲଗ୍‌ ଇନ୍‌ କରିବାକୁ ପଡ଼ିବ । ଏଥି ସହିତ ନିଜର ଆବଶ୍ୟକତା ଅନୁସାରେ ପ୍ରଡକ୍ଟ ଏବଂ ସର୍ଭିସେସ୍‌ର ଚୟନ କରିପାରିବେ ଉପଭୋକ୍ତା । ସ୍ଥାନ ହିସାବରେ ବିକ୍ରେତାଙ୍କ ହିସାବ ଲିଷ୍ଟ ପ୍ରସ୍ତୁତ କରାଯିବ । ଏଥିରେ ଅନେକ ପ୍ରଡକ୍ଟର ଦାମ୍‌ ସହ ଡିଟେଲ୍ସ୍‌ ମଧ୍ୟ ସାମିଲ୍‌ ରହିବ । କିଣୁଥିବା ବ୍ୟକ୍ତି ନିଜର ମନ ମୁତାବକ ବିକ୍ରେତାଙ୍କ ଚୟନ କରିପାରିବେ । ତେବେ ଏହା ଲଞ୍ଚ୍‌ ହେବା ପରେ ଏହାର ଲୋକପ୍ରିୟତା କେତେ ରହିବ ସେ ନେଇ ଆଲୋଚନା ହେଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.