କୃଷକ ଉନ୍ନୟନ ପାଣ୍ଠି ନାଁରେ ପୁଣି ଚାଷୀଙ୍କୁ ଟଙ୍କା ବାଣ୍ଟିବେ ସରକାର- ଯୋଜନାକୁ ନେଇ ବିରୋଧୀଙ୍କ ପ୍ରଶ୍ନ

Published By : Prameya-News7 Bureau | October 12, 2019 IST

ଭୁବନେଶ୍ୱର -କୃଷକ ଉନ୍ନୟନ ପାଣ୍ଠି ନାଁରେ ପୁଣି ଚାଷୀଙ୍କୁ ଟଙ୍କା ବାଣ୍ଟିବେ ସରକାର । ଯେଉଁମାନେ ଅସହାୟ କୃଷକ ଅଛନ୍ତି ସେମାନଙ୍କୁ ୨୦ ହଜାର ଟଙ୍କା ଲେଖାଁଏ ଦେବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ କୋ-ଅପରେଟିଭ ସୋସାଇଟି ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଛି  ସମବାୟ ବିଭାଗ ।

ଗତ ବଜେଟରେ କୃଷକ ଉନ୍ନୟନ ପାଣ୍ଠି ପାଇଁ ବ୍ୟୟ ବରାଦ ହୋଇଥିବା ୨୫୦ କୋଟି ଟଙ୍କାକୁ ଏଭଳି ଢଙ୍ଗରେ ବଣ୍ଟାଯିବ । ଅସହାୟ ଚାଷୀଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ଟଙ୍କା ଦେବାର ବ୍ୟବସ୍ଥା ଅଛି । ଗତବର୍ଷ ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ହୋଇଥିଲେ ବି ଏତେ ଡେରିରେ କାହିଁକି ଚାଷୀଙ୍କ କଥା ସରକାର ଉଠାଉଛନ୍ତି ତାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି ।

ସେହିଭଳି ସରପଞ୍ଚଙ୍କ ଜରିଆରେ ଅସହାୟ ଚାଷୀଙ୍କୁ ଟଙ୍କା ଦେବାକୁ ଯେଉଁ ଯୋଜନା ହୋଇଛି ସେଥିରେ ଦଳୀୟ ରାଜନୀତି ଗନ୍ଧ ରହିବ ବୋଲି ବିରୋଧୀ ଆକଳନ କରୁଛନ୍ତି । ଏହି ଯୋଜନାରେ ସରକାର ଆମ ଆଦମୀ ବୀମା ଯୋଜନା କରି ୧୮ ରୁ ୬୦ ବର୍ଷ ବୟସର କୃଷକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛନ୍ତି ସରକାର ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.