Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କରୋନା ମୁକାବିଲା ଚିନ୍ତା : ଡୋର୍ ଟୁ ଡୋର୍ ସର୍ଭେକୁ କରାଯିବ ଫୋକସ୍

18/05/2021 at 3:39 PM

ଭୁବନେଶ୍ବର ୧୮।୫: ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ୍ କରାଯାଉଛି ତାହା ନୁହେଁ ଗତବର୍ଷ ଠାରୁ ଗ୍ରାମାଞ୍ଚଳକୁ ଫୋକସ୍ କରାଯାଉଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଆଇଏଲଆଇ ସର୍ଭେ ସହ ଡେଙ୍ଗୁ, ମ୍ୟାଲେରିଆ ଓ ଡାଏରିଆର ଇଣ୍ଟିଗ୍ରେଟେଡ଼ ସର୍ଭେ ହୋଇଥିଲା ତିନି ମାସ ପାଇଁ ।

ସରକାରଙ୍କ ନିର୍ଦ୍ଦେଶକ୍ରମେ ଡୋର୍ ଟୁ ଡୋର୍ ସର୍ଭେକୁ ଫୋକସ୍ କରାଯିବ । ଯେଉଁମାନଙ୍କର ଲକ୍ଷଣ ଥିଲା ଆସୁଥିଲେ ଟେଷ୍ଟ ପାଇଁ । କିନ୍ତୁ ଏଣିକି ନିୟମିତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ଡୋର୍ ଟୁ ଡୋର୍ ସର୍ଭେ କରିବେ । ଲକ୍ଷଣ ଆସିଲେ ଟେଷ୍ଟ କରାଯିବ । ବର୍ତ୍ତମାନ ଟେଷ୍ଟ ୫୬ ହଜାର ହେଉଛି ଆଗକୁ ବଢିବ । ସମ୍ବଲପୁର, ଭୀମସାର, ଏସସିବି ଓ ଭୁବନେଶ୍ବରରେ ସଂକ୍ରମଣକୁ ଦେଖି ଆଇସିୟୁ ଓ ବେଡ଼ ବ୍ୟବସ୍ଥା କରାଯାଉଛି ଲୋକଙ୍କୁ ରଖିବା ପାଇଁ । ଷ୍ଟଡ଼ି କହୁଛି ପ୍ଲାଜମା ଏତେଟା ଫଳପ୍ରଦ ହେଉନି । ଏବେବି ପ୍ଲାଜମା ଅଛି । କିନ୍ତୁ ଯେଉଁଟା ଫଳପ୍ରଦ ହେଉନି ତାଉପରେ ଫୋକସ୍ ନକରି ଯେଉଁଟା ଫଳପ୍ରଦ ହେଉଛି ତାଉପରେ ଫୋକସ୍ କରାଯିବ ଆବଶ୍ୟକ ।

ସୁନ୍ଦରଗଡରେ ସଂକ୍ରମଣ ଅଧିକ ଥିଲା ଏବେ କମୁଛି । କଟକ ଓ ଖୋର୍ଦ୍ଧା ମାଇଗ୍ରେଟେଡ୍ ସ୍ଥାନ ହୋଇଥିବାରୁ ଅଧିକ ଥିଲା ରହିବ ମଧ୍ୟ । ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ ଖସୁଛି ବୋଲି ଚୁପ୍ ରହିବା ନାହିଁ । ଯେଉଁ ବୟସ ବର୍ଗକୁ ଟୀକାକରଣ  ହୋଇନି କିପରି କରିହେବ ତାହା ଉପରେ ଫୋକସ୍ ରହିବ ।

   Related Posts