ସୁରକ୍ଷିତ ନାହିଁ ସରକାରୀ ୱେବ ସାଇଟ - ଏହାର ଫାଇଦା ନେଉଛନ୍ତି ସାଇବର ଠକ, ତଦନ୍ତ ଢିଲା ଯୋଗୁ ଧରାପଡୁନାହାନ୍ତି

Published By : Prameya-News7 Bureau | January 07, 2020 IST

ଭୁବନେଶ୍ୱର ୦୭।୦୧ - ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସାଇବର ଅପରାଧ । ସାଧରଣ ୱେବଲସାଇଟ ସହ ସରକାରୀ ୱେବସାଇଟ ମାନଙ୍କୁ ମଧ୍ୟ ସାଇବର ଅପରାଧୀମାନେ କରୁଛନ୍ତି ଟାର୍ଗେଟ । ଲୋକଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା । ଏଥିରେ ସରକାରୀ କଳର ଅବହେଳା ସ୍ପଷ୍ଟ ବାରି ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ସାଇବର ସିକ୍ୟୁରିଟି ସପ୍ତାହ ।

{"id":208232,"sizeSlug":"large"}

ସୁରକ୍ଷିତ ନାହିଁ ସରକାରୀ ୱେବ ସାଇଟ । ଏହାର ଫାଇଦା ନେଉଛନ୍ତି ସାଇବର ଠକ । ତଦନ୍ତ ଠିଲା ଯୋଗୁ ଧରାପଡୁନାହାନ୍ତି ସାଇବର ଠକ । କେତେବେଳେ ସରକାରୀ କଲେଜ ତା ଆଉ କେତେବେଳେ ରାଜସ୍ବ ବିଭାଗର ୱେବ ସାଇଟ ହେଉଛି ହ୍ୟାକ ।

{"id":208233,"sizeSlug":"large"}

ସରକାରୀ କଳରେ ଥିବା ଗଳା ବାଟରେ ଫାଇଦା ଉଠାଉଛନ୍ତି ଅପରାଧୀ । ୱେବସାଇଟରେ ଥିବା ତଥ୍ୟକୁ ହ୍ୟାକ କରି ଅପରାଧୀ କରୁଛନ୍ତି ବ୍ଲାକମେଲ ।

{"id":208234,"sizeSlug":"large"}

ଚୋର ଚୋରି କରି ଗଲା ପରେ ଏବେ ଚିନ୍ତା ପଶିଛି ସରକାରଙ୍କ । ଏଥିପାଇଁ ପାଇଁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ସରକାରୀ ୱେବ ସାଇଡ କୁ ଟ୍ରିପଲ ଆଇଟି ସହଯୋଗରେ ଅଡିଟ କରି ବୈଷୟିକ ଜ୍ଞାନକୌଶଳ ବିଭାଗ ସବୁ ୱେବ ସାଇଟକୁ ଅପଲୋଡ କରିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

{"id":208235,"sizeSlug":"large"}

କେବଳ ୨୦୧୯ରେ ଓଡିଶା ସରକାରଙ୍କ ୬୦ଟି ୱେବ ସାଇଟ ହ୍ୟାକ ହୋଇଥିଲା । ଅପରାଧୀମାନେ ୱେବସାଇଟ ହ୍ୟାକ କରିବା ସହ ତଥ୍ୟ ନେଇ ଏହା ବଦଳରେ ଟଙ୍କା ମଧ୍ୟ ମାଗିଥିଲେ । କିଏ କାହିଁକି ଏ ସବୁ ୱେବସାଇଟ ହ୍ୟାକ କରୁଥିଲା ତାହାକୁ ନେଇ କ୍ରାଇମବ୍ରାଂଚରେ ଅଭିଯୋଗ ମଧ୍ୟ କରାଯାଇଥିଲା ।

{"id":208236,"sizeSlug":"large"}

ହେଲେ ଫଳ ଶୂନ । କୌଣସି ଗୋଟାଏ ବି ମାମଲାରେ ପୋଲିସ ସାଇବର ହ୍ୟାକରଙ୍କୁ ଧରିବାରେ ସଫଳ ହୋଇପାରିନାହିଁ । NIC ଓ OCAC ଭଳି ସଂସ୍ଥା ଥିବା ବେଳେ ସରକାରୀ ଅଧିକାରୀମାନେ ଥ୍ରାର୍ଡ ପାର୍ଟି ଦ୍ବାରା ୱେବସାଇଟ ତିଆରି କରୁଥିବାରୁ ଏଭଳି ମାମଲା ବୃଦ୍ଧି ପାଉଥିବା କହିଛନ୍ତି ବିଶେଷଜ୍ଞ ।

{"id":208237,"sizeSlug":"large"}

ଇଏତ ଗଲା ସରକାରୀ ୱେବ ସାଇଟ ହ୍ୟାକର କଥା ଅପରାଧ ରେକର୍ଡ ଦେଖିଲେ ଓଡିଶାରେ ସାଇବର ଅପରାଧିକ ମାମଲା ୧୫୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୬ରେ ଓଡ଼ିଶାରେ ୩୧୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୭ ଶହରୁ ଅଧିକକୁ ବୃଦ୍ଧି ପାଇଥିଲା ।

{"id":208238,"sizeSlug":"large"}

୨୦୧୯ରେ ମଧ୍ୟ ଏଭଳି ମାମଲା ଥମିବାର ନାଁ ଧରୁନଥିଲା । ଓଡିଶା ପୋଲିସ ଏହାକୁ ନେଇ ଯେତିକି ସମ୍ବେଦନଶୀଳ ଅଛି ବୋଲି କହୁଛି ତାହା କିନ୍ତୁ ସାଧରଣରେ ପ୍ରତିଫଳିତ ହୋଇପାରୁନାହିଁ ।

{"id":208239,"sizeSlug":"large"}

ଓଡିଶାରେ ସାଇବର ଅପରାଧ ରୋକିବା ତଥା ଅପରାଧୀଙ୍କୁ ଧରିବା ପାଇଁ ୪ଟି ସାଇବର ଥାନା ଥିବା ବେଳେ ଆହୁରି ୪ଟି ଥାନା ତିଆରି କରିବାକୁ ଯୋଜନା କରାଯାଇଥିଲା ।

{"id":208240,"sizeSlug":"large"}

ହେଲେ ଏହି ସବୁ ପ୍ରତିଶ୍ରୁତି ଏବେ ବି ପାଣିର ଗାର ହୋଇ ରହିଛି । ସେପଟେ ଲୋକେ ଏବେ ବି ସାଇବର ସମ୍ପର୍କୀୟ ଠକେଇ ନେଇ କେଉଁଠି ଅଭିଯୋଗ କରିବେ ତାହା ଜାଣିପାରୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.