Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ବାତ୍ୟା ‘ଫୋନି’ ଯିବା ୪ ଦିନ ବିତିଗଲାଣି, ହେଲେ ମୌଳିକ ସୁବିଧା ଯୋଗାଇବାରେ ସରକାର ଫେଲ୍

6/05/2019 at 2:13 PM

ଭୁବନେଶ୍ବର ୬|୫: ବାତ୍ୟା ‘ଫୋନି’ ଯିବା ୪ ଦିନ ବିତିଗଲାଣି । କିନ୍ତୁ ଲୋକଙ୍କୁ ଦୁର୍ଦ୍ଦଶା ଧିରେ ଧିରେ ବଢିବାରେ ଲାଗିଛି। ବାତ୍ୟା ମୁକାବିଲା ନାଁରେ ୬ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ହିଁ ଥିଲା ସରକାରଙ୍କ ବାତ୍ୟା ମୁକାବିଲା। ଆଉ ବାତ୍ୟା ପରବର୍ତ୍ତୀ ପରିସ୍ଥିତି କଣ ଉୁପୁଜିବାକୁ ଯାଉଛି ସେ ସଂପର୍କରେ ଯେମିତି ସରକାରୀ କଳ ଅବଗତ ନଥିଲା। ଏବେ ଚାରିଆଡ଼େ ଦେଖାଦେଲାଣି କ୍ରୋଧ ।

ବାତ୍ୟା ସମୟର ଦୃଶ୍ୟ ଥିଲା ଅତ୍ୟନ୍ତ ଭୟଙ୍କର । ସୁରକ୍ଷା ପାଇଁ ତ୍ରାହିତ୍ରାହି ଡାକୁଥିଲେ ଲୋକେ। ଜୀବନ ବଞ୍ଚିଗଲା କିନ୍ତୁ ବାତ୍ୟାଠାରୁ ବଳିଗଲାଣି ବାତ୍ୟା ପରର ଅବସ୍ଥା। ବର୍ତ୍ତମାନ ଲୋକଙ୍କ ଅବସ୍ଥା କହିଲେ ନସରେ । ବାତ୍ୟା ଯେତିକି ଡରେଇନଥିଲା ଧମକେଇନଥିଲା ଏବେ ବାତ୍ୟା ପରସ୍ଥିତି ଡହଳ ବିକଳ କରିଦେଲାଣି । ବାତ୍ୟା ମୁକାବିଲାରେ ଆନ୍ତର୍ଜାତିକ ମେଡାଲ ଗଣୁଛନ୍ତି ସରକାର। ଏଣେ ଲୋକଙ୍କ ଅବସ୍ଥା କଣ ହେଲାଣି ତାହା ଭୋଗିବା ଲୋକ ହିଁ ଜାଣିଛନ୍ତି। ସରକାରଙ୍କ ବାତ୍ୟା ମୁକାବିଲା କେବଳ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରରେ ସୀମିତ ରହିଯାଇଛି। ବାତ୍ୟା ପରେ କେଉଁ ପରିସ୍ଥିତି ଉପୁଜିବାକୁ ଯାଉଛି ହୁଏତ କେହି ଅବଗତ ନଥିଲେ। ପାଣି ପାଇଁ ହାହାକାର ହେଲେଣି ଲୋକେ। ବିଜୁଳି ନାହିଁ ତେଣୁ ଅନେକ ଜରୁରୀ ସେବା ଠପ୍‌ । ଏଟିଏମ ଆଗରେ ଲମ୍ବା ଲାଇନ। ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ। ଡାଲିଚାଉଳ ଦୋକାନ ଆଗରେ ଲମ୍ବା ଲାଇନ। ଧିରେ ଧିରେ ଲୋକଙ୍କ ଦୁଃଖ କ୍ରୋଧ ହେଲାଣି।

ରାସ୍ତା ସଫା କରୁଛନ୍ତି ସାଧାରଣ ଲୋକେ। ବାତ୍ୟା ଆଶ୍ରୟସ୍ଥଳରୁ ଘରକୁ ଆସି ଲୋକେ ଉଜୁଡା ସଂସାର ଖୋଜୁଛନ୍ତି। ହଜିଯାଇଥିବା ଜୀବନ ଜୀବିକା ଖୋଜୁଛନ୍ତି । ପୁରୀ କୃଷ୍ଣ ପ୍ରସାଦ ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ଚିଲିକା କୂଳରେ ଥିବା ମୁଖ୍ୟ ରାସ୍ତା ଧୋଇଯାଇଛି । ଅଧିକାଂଶ କଚ୍ଚା ଘର ଭାଙ୍ଗି ମାଟିରେ ମିଶିଛି । ଦୋକାନ ବଜାର ଭାଙ୍ଗି ଛିନଛତ୍ର ହୋଇଯାଇଛି । ଏବେ ସେଠାରେ ପୁରା ହାହାକାର ପରିସ୍ଥିତି । ୭୨ ଘଣ୍ଟା ବିତିଗଲାଣି କିନ୍ତୁ ପ୍ରଶାସନର କୌଣସି ପ୍ରତିନିଧିଙ୍କ ଦେଖାନାହିଁ। ଯିଏ ଦିନେ ଉତ୍ତାଳ ତରଙ୍ଗକୁ ଲଙ୍ଗି ସମୁଦ୍ରରେ ଘୁରିବୁଲୁଥିଲା ସେ ଏବେ ଜୀବନ ଜୀବିକା ହରାଇଛି। ବିଶେଷ କରି ଚିଲିକା ମୁହାଣବାସିନ୍ଦାଙ୍କ ପାଇଁ ଯେମିତି ସବୁକିଛି ଉଜୁଡିଯାଇଛି । ଡଙ୍ଗା ଭାଙ୍ଗିଯାଇଛି। ଜାଲ ଛିଡ଼ି ଯାଇଛି। ଆଉ ଭଙ୍ଗା ଘର ତଳେ ହଜିଯାଇଛି ଜୀବନ, ଜୀବୀକା ଓ ସବୁ ସ୍ବପ୍ନ। ଏମିତି ଅବସ୍ଥା କରିଦେଇଛି ଅଣ୍ଟା ସଳଖିବାକୁ କେତେବର୍ଷ ଲାଗିବ ଠିକ୍ ନାହିଁ।

ସ୍ଥିତି ଯେଉଁ ଆଡକୁ ଯାଉଛି ତାହା ମାତ୍ର ୨୪ ଘଣ୍ଟା ପରେ ଅସମ୍ଭାଳ ହୋଇଯିବ। ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଏତିକିବେଳେ କଳବାଜାରୀ ବ୍ୟାପିଲାଣି। ଲୁଟତରାଜ ଦେଖାଦେଲାଣି। ସରକାରଙ୍କ ପାଇଁ ଚେତାବନୀ ହେଲାଣି ସ୍ଥିତି। ନହେଲେ ସରକାରଙ୍କ ବାତ୍ୟା ମୁକାବିଲା ମେଡାଲ ଲୋକେ ବେକରୁ ହିଁ ଛିଣ୍ଡେଇ ଆଣିବେ।

   Related Posts