Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବହୁ ଚର୍ଚ୍ଚିତ ରାଫେଲ୍ ଦୁର୍ନୀତି ମାମଲା ; ଆଜି ପାର୍ଲାମେଣ୍ଟରେ ଉପସ୍ଥାପନ ହୋଇପାରେ ସିଏଜି ରିପୋର୍ଟ

ନୂଆଦିଲ୍ଲୀ ୧୨|୨:  ଆଜି ପାର୍ଲାମେଣ୍ଟରେ ଉପସ୍ଥାପନ ହୋଇପାରେ ରାଫେଲ ଡିଲ୍ ର ସିଏଜି ରିପୋର୍ଟ । ରାଫେଲ ଡିଲ୍ କୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍  ଯୁଦ୍ଧ ଲାଗିଥିବା ବେଳେ ଗତକାଲି ସିଏଜି ତାଙ୍କ ରିପୋର୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛନ୍ତି । ଯାହାକୁ ଆଜି ସଂସଦରେ ଉପସ୍ଥାପନ କରାଯିବ । ସେପଟେ ରାଫେଲ ଡିଲ୍ କୁ ନେଇ ଗୋଟିଏ ପରେ ଗୋଟିଏ  ବିବାଦୀୟ ତଥ୍ୟ ସମ୍ନାକୁ ଆସୁଛି । ପ୍ର ଅଫଶୋର ପାର୍ଟନର, ଏସକ୍ରୋ ଆକାଉଣ୍ଟ ତଥା ସପ୍ଲାଇ ପ୍ରୋଟୋକଲରେ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।

ଫ୍ରାନ୍ସଠାରୁ ୩୬ଟି ଯୁଦ୍ଧ ବିମାନ କିଣିବାକୁ ଡିଲ୍ କରିଛନ୍ତି। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ଓ ଆଉ କିଛି ବିରୋଧୀ ଦଳ ସରକାରଙ୍କ ଉପରେ ହମ୍ ଲା କରିଚାଲିଛନ୍ତି। ଏପରି ଡିଲ୍ ର ଜେପିସି ତଦନ୍ତ ପାଇଁ ମଧ୍ୟ ବିରୋଧୀ ଦଳଗୁଡ଼ିକ ଦାବି କରୁଛନ୍ତି। ସିଏଜିଙ୍କ ରିପୋର୍ଟ ରାଷ୍ଟ୍ରପତି ଓ ଏହାର ଏକ କପିକୁ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି। ରାଫେଲ୍  ଡିଲ୍ କୁ ନେଇ ସିଏଜି ୧୨ଟି ଚ୍ୟାପ୍ଟରର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। 

ପ୍ରୋଟୋକଲ ଦୃଷ୍ଟିରୁ ପ୍ରଥମେ ଏହା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି। ଏବେ ରାଷ୍ଟ୍ରପତି ଭବନରୁ ଏହି ରିପୋର୍ଟକୁ ଲୋକସଭା ବାଚସ୍ପତିଙ୍କ ଅଫିସ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଯିବ। ସଂସଦର ଶୀତ ଅଧିବେଶନ ବୁଧବାର ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ଉଭୟ ସଦନରେ ରାଫେଲ ଡିଲ୍ ର ସିଏଜି ରିପୋର୍ଟ ଦାଖଲ କରାଯିବ ।

77 Views

   ସମ୍ବନ୍ଧିତ ଖବର