Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ବିଜ୍ଞପ୍ତି ଜାରି କଲା କେନ୍ଦ୍ର ସରକାର, କଂଗ୍ରେସ କହିଲା- ଯାହା ପାରୁଛନ୍ତି ସବୁ ବିକି ପକଉଛନ୍ତି…

27/01/2020 at 9:27 PM

ନୂଆଦିଲ୍ଲୀ୨୭/୧: ଦେଶର ସବୁଠାରୁ ବଡ଼ ବିମାନଚଳାଚଳ ସଂସ୍ଥା ଏୟାର ଇଣ୍ଡିଆକୁ ବିକ୍ରି ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।  ଏତିକିବେଳେ ବିରୋଧୀ ସରକାର ଦେବାଳିଆ ହୋଇଯାଇଥିବା କହିଥିବା ବେଳେ ମନ୍ତ୍ରୀ କହିଛନ୍ତି ଏୟାର ଇଣ୍ଡିଆ ଦେଶର ମୂଲ୍ୟବାନ ସଂପତ୍ତି।

ମହାରାଜ ହେବେ କମ୍ପାନି ମାଲ୍ । ମହାରାଜ ମାନେ  ଏୟାର ଇଣ୍ଡିଆ। ଦେଶର ସବୁଠାରୁ ବଡ଼ ବିମାନ ଚଳାଚଳ ସଂସ୍ଥା । ଏହାକୁ ସଂପୂର୍ଣ୍ଣ ଭାବେ ବିକ୍ରି କରିଦେବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ୨୦୧୮ରେ  ଏୟାର ଇଣ୍ଡିଆର ୭୬ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ କେହି ବି ଆବେଦନ କରି ନଥିଲେ।  ଏଣୁ ଏବେ ନିୟମରେ କୋହଳ କରାଗଲା।

ଯେମିତିକି ଖାରିଦଦାର ଆଗ୍ରହୀ ହେବେ।  ଏଥର  ୭୬ ପ୍ରତିଶତ ଅପେକ୍ଷା ସିଧା ଶତ ପ୍ରତିଶତ ବିକ୍ରି କରାଯିବ। ସେହିପରି ଏୟାର ଇଣ୍ଡିଆ ଉପରେ ଥିବା ୬୨ ହଜାର କୋଟି ଟଙ୍କାର ଋଣକୁ କମାଯାଇ ଏହାକୁ ୨୩ ହଜାର ୨୮୬ କୋଟି  କରାଯାଇଛି। ଏ ପ୍ରସଙ୍ଗରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କହିଛନ୍ତି ଯଦିଏ ଶତ ପ୍ରତିଶତ ବିକ୍ରି ହେବ କିନ୍ତୁ ନାଁ ବଦଳିବନି। ମାନେ ସେହି ଏୟାର ଇଣ୍ଡିଆ ନାଁରେ ଏହାର ଚଳାଚଳ ଜାରି ରହିବ।

ସରକାରଙ୍କ ଏଭଳି ନିଷ୍ପତ୍ତିକୁ କିନ୍ତୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କଂଗ୍ରେସ କହିଛି ସରକାର ବାୟା ହେଇଗଲେଣି। ଯାହା ପାରୁଛନ୍ତି ସବୁ ବିକି ପକଉଛନ୍ତି। ଏୟାର ଇଣ୍ଡିଆ ବିକିବା ଦେବାଳିଆ ହେବାର ଲକ୍ଷଣ ବୋଲି କଂଗ୍ରେସ ନେତା କପିଲ ସିବ୍ବଲ କହିଛନ୍ତି। ସେପଟେ କଂଗ୍ରେସର ଏଭଳି ଯୁକ୍ତିକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ପୁରୀ।

ଏଥିସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସର ମଧ୍ୟ ଶତପ୍ରତିଶତ ବିକ୍ରି କରାଯିବ। ଆସନ୍ତା ୧୭ ତାରିଖ ବିଡ ଦାଖଲ ଶେଷ ତାରିଖ ହୋଇଥିବା ବେଳେ ୩୧ ତାରିଖ ଦିନ  ବିଡ୍  ବିଜେତାଙ୍କ ଘୋଷଣା କରାଯିବ। ବିମାନ କମ୍ପାନୀ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍ ଏସ୍ ) ଏବଂ ଋଣ ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।

   Related Posts