Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ, ଜଣେ ଆକ୍ରାନ୍ତ ମିଳିଲେ ୨୦ ଘର ହେବ ସିଲ୍‌

4/04/2021 at 10:43 PM

ଲକ୍ଷ୍ନୌ ୪/୪: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର  କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ପୂରା ରାଜ୍ୟରେ ପୁଣି ଥରେ କଣ୍ଟେନମେଣ୍ଟ ଜୋନ୍ କରାଯିବାକୁ ନେଇ ଯୋଗୀ ସରକାର ଘୋଷଣା କରିଥିବା ବେଳେ ଜଣେ ସଂକ୍ରମତି ମିଳିଲେ ୨୦ ଘର ସିଲ୍‌ ହେବ ବୋଲି କହିଛନ୍ତି। ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ପାଖାପାଖି ଥିବା ୬୦ ଘର ସିଲ୍‌ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।

ସହରାଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯିବ। ସେହି ସବୁ ସ୍ଥାନରେ ୨ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେ ୬୦ ଘର ସିଲ୍‌ କରାଯିବ। ଏହି ସବୁ କଣ୍ଟେନମେଣ୍ଟ ଜୋନ୍‌ରେ ଲୋକଙ୍କ ଗମନାଗମନ ଉପରେ ରୋକ ଲାଗିବ । ଲୋକମାନଙ୍କୁ ଏହି ପରି ସ୍ଥିତିରେ ୧୪ ଦିନ ରହିବାକୁ ପଡ଼ିବ। ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ଯୋଗୀ ସରକାରଙ୍କ ନିର୍ଦେଶ କ୍ରମେ ସହରରେ ଥିବା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ପାଇଁ ନିୟମ କିଛି ଅଲଗା ରହିବ। ଆପାର୍ଟମେଣ୍ଟରୁ ଜଣେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ସେହି ତାଲାକୁ ସିଲ୍‌ କରାଯିବାକୁ ଥିବା ବେଳେ ଦୁଇରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେ ଗୋଟିଏ ବ୍ଲକ୍‌ ସିଲ୍‌ କରାଯିବ। ପରେ ୧୪ ଦିନ ପର୍ଯ୍ୟନ୍ତ ନୂଆ ଆକ୍ରାନ୍ତ ଚିହ୍ନଟ ନହେଲେ  କଣ୍ଟେନମେଣ୍ଟ ଜୋନ୍‌ ସମାପ୍ତ ହେବ।

୧୬ ଜାନୁଆରୀରୁ ୩ ଏପ୍ରିଲ୍‌ ମଧ୍ୟରେ ଯେଉଁମାନେ ଭ୍ୟାକସିନର ଦୁଇ ଡୋଜ୍‌ ନେଇସାରିଛନ୍ତି ସେମାନଙ୍କୁ ପୁରଷ୍କୃତ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଲଟେରି ସ୍କିମ୍‌ ଅନୁସାରେ ପ୍ରତି ଜିଲ୍ଲାରୁ ୪ ଜଣ ଲେଖାଏଁ ଲୋକଙ୍କୁ ଉପହାର ଦିଆଯିବ ବୋଲି ଜଣାପଡ଼ିଛି।  

   Related Posts