Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ସରକାରଙ୍କ ବଡ ଯୋଜନା: ଏଣିକି ବିଜୁଳି କଟିଲେ ଜନତାଙ୍କୁ ମିଳିବ ଜରିମନା

9/09/2019 at 4:33 PM

ନୂଆଦିଲ୍ଲୀ ୯।୯: ଆଜ୍ଞା ହଁ !  ବିଜୁଳି ଗଲେ  ଜନତାଙ୍କୁ ମିଳିବ ଜରିମନା ।  ଆଉ  ଜନତାଙ୍କୁ ଏହି ଜରିମନା ଦେବ ବିଦ୍ୟୁତ ବିତରଣକାରୀ ସଂସ୍ଥା । ଯଦି ସବୁକିଛି ଠିକ୍ ଠାକ୍ ଚାଲେ ତେବେ ଆଗାମୀଦିନରେ ସପ୍ତାହକ ୭ ଦିନ ଯାଏଁ ଲୋକଙ୍କୁ ୨୪ ଘଂଟିଆ ବିଜୁଳି ସେବା ମିଳିବ । ଯଦି ଏହି ସମୟରେ ବିଦ୍ୟୁଟ୍ କାଟ ହୁଏ ତେବେ ଆପଣଙ୍କୁ ଏଥିପାଇଁ  ଜରିମନା ମଧ୍ୟ ମିଳିବ । ତେବେ ଏନେଇ ଇଶାରା ଦେଇଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ  ଆରକେ ସିଂହ ।

ଆରକେ ସିଂହଙ୍କ ବୟାନ ଅନୁସାରେ, ଜନତାଙ୍କୁ ଏଣିକି ୨୪ଘଂଟିଆ ବିଜୁଳି ସେବା ଉପଲବ୍ଧ କରାଇବାର ଭଳି ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ  କରାଯିବ । ସିଂହ କହିଛନ୍ତି ଯେ, ‘ନୂଆ  ଟାରିଫ୍ ପଲିସି’କୁ ମନ୍ତ୍ରୀମଣ୍ଡଳ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି ଏବଂ ଏହି ପଲିସିରେ  କ୍ୟାବିନେଟ୍ ମୋହର ବାଜିବା ପରେ ଖୁବ୍ ଶୀଘ୍ର ହିଁ  ଦେଶରେ ଲାଗୁ କରିଦିଆଯିବ ।  ତେବେ ଏଥିରେ ଅନେକ ପ୍ରସ୍ତାବ ରହିଥିବା ସହ  ଜନତାଙ୍କୁ ସାତ ଦିନ ୨୪ ଘଂଟିଆ ବିଦ୍ୟୁତ ସେବା ଉପଲବ୍ଧ କରାଯିବାର ମଧ୍ୟ ପ୍ରସ୍ତାବ ରହିଛି ।

ବିଭାଗୀୟ ମନ୍ତ୍ରୀଙ୍କ ବୟାନୁସାରେ,  ବିଜୁଳୀ ଯୋଗାଣକାରୀ ସଂସ୍ଥାମାନଙ୍କୁ ପ୍ରାକୃତିକ ଦୁର୍ବିପାକ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ବ୍ୟତୀତ ଅନ୍ୟ କୌଣସି କାରଣ ପାଇଁ ଲାଇନ୍ କାଟ୍ କରିପାରିବେ ନାହିଁ    ବିଜୁଳି ବିତରଣ କଂପାନୀମାନେ ଏବଂ ଏଭଳି କରିବା ଉପରେ ବିତରଣକାରୀ ସଂସ୍ଥା ବା କଂପାନୀମାନେ ଗ୍ରାହକଙ୍କୁ ଜରିମନା ମଧ୍ୟ ଦେବାକୁ ପଡିବ ।

   Related Posts