Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବଜେଟ୍ ୨୦୧୯-୨୦ : ‘ଷ୍ଟଡି ଇନ୍‌ ଇଣ୍ଡିଆ’ ମାଧ୍ୟମରେ ବିଦେଶୀ ଛାତ୍ରଛାତ୍ରୀଙ୍କୁ କରାଯିବ ଆକୃଷ୍ଟ

5/07/2019 at 12:55 PM

ନୂଆଦିଲ୍ଲୀ ୫|୭: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ଥର ବ୍ରିଫକେସ୍ ବଦଳରେ ନାଲି କପଡା ବ୍ୟାଗ୍ ରେ ବଜେଟ୍ । ବଜେଟ୍ ର ନାଁ ବଦଳି ଦେଶର ବହିଖାତା ହୋଇଛି । ଲୋକସଭାରେ ବଜେଟ୍ ‘ଦେଶର ବହିଖାତା’ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।

ଶିକ୍ଷାକୁ ଆନ୍ତର୍ଜାତିକ ସ୍ତରକୁ ନେବା ପାଇଁ ସରକାର ଗବେଷଣା ଓ ଉଦ୍ଭାବନ ଉପରେ ଧ୍ୟାନ ଦେଉଥିବା ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ କରିବେ। ଦେଶରେ ଇକୋସିଷ୍ଟମ୍‌ ଉପରେ ଗବେଷଣାକୁ ଦୃଢ଼ କରିବା ପାଇଁ ନେସ୍‌ନାଲ୍‌ ରିସର୍ଚ ଫାଉଣ୍ଡେସନ୍‌ ଗଠନ କରାଯାଇ ଏଥିରେ ସମସ୍ତ ମନ୍ତ୍ରାଳୟର ପାଣ୍ଠିକୁ ସାମିଲ କରାଯିବ। ଆର୍ଥିକ ବର୍ଷ ୨୦ରେ ବିଶ୍ୱସ୍ତରୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ନିମନ୍ତେ ଅର୍ଥମନ୍ତ୍ରୀ ୪୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି।

ବିଶ୍ବର ୨୦୦ ଟପ୍ କଲେଜ ଭିତରେ ଭାରତର ୩ଟି କଲେଜ ରହିଛି । ଭାରତରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଯିବ । ଅନଲାଇନ୍ କୋର୍ସ ଉପରେ ଗୁୁରୁତ୍ବ ଦିଆଯିବ । ‘ଷ୍ଟଡି ଇନ୍‌ ଇଣ୍ଡିଆ’ ମାଧ୍ୟମରେ ଉଚ୍ଚ ଶିକ୍ଷା ନିମନ୍ତେ ଭାରତକୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅଣାଯିବାରେ ଧ୍ୟାନ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

   Related Posts