ବଜାରରେ ମହୁଆ ପ୍ରସ୍ତୁତ ମାଦକ ପାନୀୟ ବିକିବେ ସରକାର, ବୋତଲର ମୂଲ୍ୟ ରହିଛି ୭୦୦ ଟଙ୍କା

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ ୧୦।୦୩- ସରକାର ପ୍ରଥମ ଥର ବଜାରରେ ଏକ ମହୁଆ ପ୍ରସ୍ତୁତ ମାଦକ  ପାନୀୟ ଲଞ୍ଚ କରିବାକୁ  ପ୍ରସ୍ତୁତି କରୁଛନ୍ତି। ଏହାକୁ ମହୁଆ ନ୍ୟୁଟ୍ରିବେଭରଏଜ କୁହାଯାଏ। ଏହା ଆସନ୍ତା ମାସରୁ ବଜାରରେ ଉପଲବ୍ଧ ହେବାକୁ ଯାଉଛି। ୭୦୦ ମିଲି ଲିଟରର ବୋତଲର ମୂଲ୍ୟ ୭୦୦ ଟଙ୍କା ରହିଛି। ଏହା ଛଅଟି ଫଳ ଆଧାରିତ ସ୍ଵାଦରେ ବଜାରକୁ ଆସିବ।

ଏହି ପାନୀୟରେ ଉଚ୍ଚ  ପୋଷଣ ଓ ଅପେକ୍ଷାକୃତ କମ ଆଲକୋହୋଲର ମାତ୍ରା ୫ ପ୍ରତିଶତ ରହିଛି। ଏହାକୁ ଆଇଆଇଟି ଦିଲ୍ଲୀ TRIFED(ଟ୍ରାଇଲ କୋପରେଟିଭ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେସନ  ଅଫ ଇଣ୍ଡିଆ)ର ସହଯୋଗରେ ଦୁଇ ବର୍ଷର ଗବେଷଣା ପରେ ଏହାକୁ ବିକଶିତ କରାଯାଇଛି। ଟ୍ରାଇଫେଡର ପରିଚାଳକ ନିର୍ଦ୍ଦେଶକ ପ୍ରବୀର କୃଷ୍ଣ କହିଛନ୍ତି ଆମେ ସବୁ ସଂପ୍ରତି ଅବକାରୀ ବିଭାଗର ଲାଇସେନ୍ସର ଅପେକ୍ଷା କରିଛୁ। ଏହା ପରେ ଦିଲ୍ଲୀର ସମସ୍ତ ପାଞ୍ଚ ଟ୍ରାଇବ୍ସ ଇଣ୍ଡିଆ ଆଉଟ୍‌ଲେଟ୍‌ରେ ଏହାକୁ ବିକ୍ରି କରାଯିବାର ଯୋଜନା ରହିଛି। ଏ ନେଇ ପ୍ରତ୍ୟେକ ରାଜ୍ୟକୁ ନିଜ ଲାଗି ସମ୍ବନ୍ଧିତ ମଞ୍ଜୁରୀ ହାସଲ କରିବାକୁ ପଡିବ।

ଏନେଇ ଟ୍ରାଇଫେଡ୍ ଉତ୍ପାଦନ ଓ ବିପଣନ ଲାଗି ଉପଯୁକ୍ତ ଉଦ୍ୟୋମୀଙ୍କୁ ପ୍ରଦୌଗିକି ହସ୍ତାନ୍ତର କାର୍ଯ୍ୟ କରିବା ପାଇଁ ରାଷ୍ଟ୍ରୀୟ ଅନୁସନ୍ଧାନ ବିକାଶ ନିଗମ (NRDC) ସହିତ ଏକ ରାଜିନାମାରେ ହସ୍ତାକ୍ଷର କରିଛି। ମହାସଙ୍ଘ ମହୁଆ ପ୍ରସ୍ତୁତିର ପ୍ରଯୁକ୍ତିବିଦ୍ୟାକୁ ଏନଆରଡିସି ଦ୍ଵାରା ଚୟନିତ ଦଳକୁ ବିତରୀତ କରିବାକୁ ଯୋଜନା କରୁଛି, ଯଦ୍ଵାରା ଏହାର ଆଶାନୁରୂପ ବ୍ୟବସାୟ ହୋଇ ପାରିବ। ଏହା ସହିତ ଏହି ପାନୀୟ ପ୍ରସ୍ତୁତକାରୀ ଲୋକ ମାଲିକ ମଧ୍ୟ ହୋଇ ପାରିବେ। ପ୍ରାରମ୍ଭରେ ଆଦିବାସୀ ବହୁଦେଶୀ ସହକାରୀ ସମିତି(ଏବିସି) ସୋସାଇଟି, ରାୟଗଢ ୨୦୨୦ ମାର୍ଚ୍ଚରେ ଏନଆରଡିସି ସହିତ ଏକ ରାଜିନାମାରେ ସ୍ଵାକ୍ଷର କରି ସାରିଛି। ଏହା ଦ୍ଵାରା ଏହି ମହୁଆ ପୈୟ ଜଳର ଉତ୍ପାଦନ ଓ ବ୍ୟବସାୟ କରାଯାଇ ପାରିବ।

ଏହାର ବିପଣନ ଜନଜାତୀୟ ମାମଲା ମନ୍ତ୍ରଣାଳୟ ଦ୍ଵାରା କରାଯାଉଛି। ୨୦୧୮ରେ ଛତିଶଗଡର ବିଜାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଏହାର ଶୁଭାରମ୍ଭ ହୋଇଥିଲା। ଏହାକୁ ବନ ଧନ ବିକାଶ କାର୍ଯ୍ୟକ୍ରମ କୁହାଯାଉଛି। ଏହି କାର୍ଯ୍ୟକ୍ରମ ଲାଗି ୫୦୦ ରୁ ୬୦୦ କୋଟି ଟଙ୍କା ବଜେଟ୍ ରଖାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.