୨୩ କମ୍ପାନୀରେ ଥିବା ନିଜର ଅଂଶଧନ ବିକିବେ ସରକାର, ସୀତାରମଣ କହିଲେ- ଉପଯୁକ୍ତ ସମୟକୁ ଅପେକ୍ଷା

Published By : Prameya-News7 Bureau | July 27, 2020 IST

ନୂଆଦିଲ୍ଲୀ ୨୭।୦୭:  କେନ୍ଦ୍ରର ମୋଦୀ ସରକାର ସାର୍ବଜନୀନ କ୍ଷେତ୍ରର ୨୩ କମ୍ପାନୀରେ ସରକାରଙ୍କ ଥିବା ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି। ଏ ନେଇ ପ୍ରକ୍ରିୟା ଜାରି ରହିଥିବା ସୋମବାର କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଏହି କମ୍ପାନୀଗୁଡିକର ଅଂଶଧନ ବିକ୍ରିକୁ ମନ୍ତ୍ରିମଣ୍ଡଳରୁ ମଞ୍ଜୁରୀ ମିଳି ସାରିଛି। ସରକାର ଏମିତି ସମୟରେ ସାର୍ବଜନୀନ କମ୍ପାନୀରେ ଥିବା ନିଜର ଅଂଶଧନ ସେହି ସମୟରେ ବିକିବାକୁ ଚାହୁଁଛନ୍ତି ଯେବେ ସଠିକ୍ ମୂଲ୍ୟ ମିଳିବ ବୋଲି ସୀତାରମଣ କହିଛନ୍ତି।

ସୀତାରମଣ କହିଛନ୍ତି ପୂର୍ବରୁ ହିଁ ୨୨-୨୩ ପିଏସୟୁକୁ ନିବେଶ ପାଇଁ ମନ୍ତ୍ରିମଣ୍ଡଳରୁ ମଞ୍ଜୁରୀ ମିଳି ସାରିଛି। ଆମର ଉଦ୍ଦେଶ୍ୟ ସ୍ପଷ୍ଟ ଅତି କମରେ ଏହି କମ୍ପାନୀଗୁଡିକରେ ବିନିବେଶ କରାଯିବ। ଅର୍ଥ ମନ୍ତ୍ରୀ ୨୦୨୦-୨୧ ପାଇଁ ସରକାର ୨.୧୦ ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ରଖିଛନ୍ତି। ଏଥିରୁ ୧.୨୦ ଲକ୍ଷ କୋଟି ଟଙ୍କା ପିଏସୟୁର ବିନିବେଶରୁ ଆସିବ ଏବଂ ବାକି ୯୦ ହଜାର କୋଟି ଟଙ୍କା କମ୍ପାନୀରେ ସରକାରଙ୍କ ଥିବା ଅଂଶକୁ ବିକ୍ରି କରି ଯୋଗାଡ କରାଯିବ।

ଅର୍ଥ ମନ୍ତ୍ରୀ ହିରୋ ଏଣ୍ଟରପ୍ରାଇଜ୍‌ର ଅଧ୍ୟକ୍ଷ ସୁନିଲ କାନ୍ତ ମୁଞ୍ଜାଲଙ୍କ ସହ ଆଲୋଚନାରେ କହିଛନ୍ତି, ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ ଆଧାରରେ ଅନେକ କ୍ଷେତ୍ରକୁ ଘରୋଇ ଭାଗିଦାରୀ ପାଇଁ ଖୋଲିବାକୁ ଘୋଷଣା କରିଥିଲେ। ସେ କହିଛନ୍ତି ଏବେ ଏହି ବିଷୟରେ ଅନ୍ତିମ ନିଷ୍ପତ୍ତି ହୋଇ ନାହିଁ। ଏହା ଉପରେ ଘୋଷଣା ଏବେ ବାକି ରହିଛି ଏବଂ ଏବେଠୁ ମୁଁ ଅନୁମାନ କରି ପାରିବି ନାହିଁ ଯେ କଣ ଘୋଷଣା ହୋଇପାରେ। ମାତ୍ର ଷ୍ଟ୍ରାଟେଜିକ୍‌ ସେକ୍ଟରରେ ମଧ୍ୟ ଘରୋଇ କ୍ଷେତ୍ରକୁ ମଧ୍ୟ ଆସିବାର ଅନୁମତି ମିଳିବ ଏବଂ ସେଥିରେ ସାର୍ବଜନୀନ କ୍ଷେତ୍ରର କେବଳ ଚାରି ୟୁନିଟ୍ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.