Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସବୁ ଟେଲି କମ୍ପାନୀଙ୍କୁ ୫ ଜି ସ୍ପେକ୍ଟ୍ରମ ଦେବେ ସରକାର , ମନ୍ତ୍ରୀ ଦେଲେ ଭରସା

30/12/2019 at 5:26 PM

ନୂଆଦିଲ୍ଲୀ ୩୦।୧୨: ଦେଶରେ ଥିବା ସମସ୍ତ ଟେଲିଯୋଗାଯୋଗ କମ୍ପାନୀଙ୍କୁ ୫ ଜି ସ୍ପେକ୍ଟ୍ରମ ଦେବେ ସରକାର । ଟେଲି ଯୋଗଯୋଗ କ୍ଷେତ୍ରରେ ୫ ଜି ଏକ ବଡ ସମ୍ଭାବନା ହୋଇଥିବା ବେଳେ , ଇଣ୍ଟରନେଟ୍‌ର ଏହି ସ୍ପିଡ୍‌ ସଂପର୍କରେ ସବୁ ଉପଭୋକ୍ତଙ୍କୁ ଅବଗତ କରିବା ଏବଂ ସେମାନଙ୍କୁ ଫାଇଦା ଦେବା ହିଁ ସରକାରଙ୍କ ଲକ୍ଷ୍ୟ ବୋଲି ଜଣା ଯାଇଛି । କେନ୍ଦ୍ର ଟେଲି ଯୋଗଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ମନ୍ତବ୍ୟରୁ ସେପରି କିଛି ସୂଚନା ମିଳୁଛି । ମନ୍ତ୍ରୀ କହିଛନ୍ତି, ଦେଶର ସମସ୍ତ ଟେଲିକମ କମ୍ପାନୀଙ୍କୁ ପରୀକ୍ଷଣ ହିସାବରେ ୫ଜି ସ୍ପେକ୍ଟ୍ରମ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି  କେନ୍ଦ୍ର ସରକାର । ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହି ସୂଚନାଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର।

ଭାରତ ଭଳି ବହୁଳ ମୋବାଇଲ ବ୍ୟବହାରୀ ଦେଶରେ ଖୁବଶୀଘ୍ର ଆସିବ ୫ଜି ସ୍ପେକ୍ଟ୍ରମ। ଦେଶରେ ଏବେ ସମସ୍ତ ଟେଲିଫୋନ କମ୍ପାନୀଙ୍କୁ ପରୀକ୍ଷାମୂଳକ ଭାବେ ଏହା ଦିଆଯିବ , ଏବଂ ଏଥିନେଇ ଏକ ବିଧିବଦ୍ଧ ନିଷ୍ପତ୍ତି ହୋଇଥିବା କହିଛନ୍ତି କେନ୍ଦ୍ର ଟେଲି ଯୋଗାୟୋଗ ମନ୍ତ୍ରୀ  କେନ୍ଦ୍ର ମନ୍ତ୍ରୀ  ରବିଶଙ୍କର ପ୍ରସାଦ । ସେ  କହିଛନ୍ତି, ଆମ ସରକାର ୫ଜିକୁ ପ୍ରେତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି । ୫ ଜି ହେଉଛି ଭବିଷ୍ୟତ ,ଏହା ସ୍ପିଡ୍। ଆମେ ୫ ଜିରେ ନୂତନ ଉଦ୍ଭାବନକୁ ପ୍ରେତ୍ସାହିତ  କରିବୁ । ସୂଚନାନୁସାରେ ମୋବାଇଲ ଟେଲିକମ କମ୍ପାନୀ Huawei ସହିତ ସମସ୍ତ ମୋବାଇଲ ସମସ୍ତ ଅପରେଟର ଓ ବିକ୍ରେତାଙ୍କୁ ଏହି ପରୀକ୍ଷଣରେ ସାମିଲ କରାଯିବ ।

   Related Posts