Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଗରିବ ଦଳିତ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର, ସଶକ୍ତିକରଣ ଯୋଜନାରେ ଖର୍ଚ୍ଚ ହେବ ୪୦ ହଜାର କୋଟି

28/06/2021 at 4:09 PM

ହାଇଦ୍ରାବାଦ ୨୮/୬: କରୋନା ମହାମାରୀ ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଗରିବ ଏବଂ ଦିନ ମଜୁରିଆ ଶ୍ରେଣୀର ଲୋକେ କାମଧନ୍ଦା କିଛି ପାଉନଥିବା ଦେଖିବାକୁ ମିଳୁଛି। ଏହାରି ଭିତରେ ରାଜ୍ୟ ସରକାର ଗରିବ ଦଳିତ ପରିବାରଙ୍କୁ ସଶକ୍ତ କରିବା ପାଇଁ ସଶକ୍ତିକରଣ ଯୋଜନା ନେଇଆସିଛନ୍ତି। ତେଲେଙ୍ଗାନା ସରକାର ପ୍ରତି ଗରିବ ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବେ । ଏମାନଙ୍କ ସଶକ୍ତିକରଣ ପାଇଁ ଆଗାମୀ ୪ ବର୍ଷରେ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି  ସରକାର।

ରବିବାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବରେ ଦଳିତ ସଶକ୍ତିକରକଣକୁ ନେଇ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ କହିଛନ୍ତି, ଚଳିତ ବର୍ଷ ଏହି ଯୋଜନା ମାଧ୍ୟମରେ ୧୧୯ ବିଧାନସଭା କ୍ଷେତ୍ରରୁ ୧୦୦-୧୦୦ ପରିବାରକୁ ଚୟନ କରାଯିବ। ଯୋଜନା ମାଧ୍ୟମରେ ୨୦୨୧ରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରାଜ୍ୟରେ ମୋଟ ୧୧୯୦୦ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ଏବଂ ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଲାଭାର୍ଥୀଙ୍କୁ ୧୧୯୦ କୋଟି ଟଙ୍କା ଦିଆଯିବାକୁ ଥିବା ବେଳେ ଯୋଜନାର ସୁପରିଚାଳନା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ପ୍ରଥମେ ୧୨୦୦ କୋଟି ଏବଂ ପରେ ଦରକାର ପଡ଼ିଲେ ଅତିରିକ୍ତ ୩୦୦ କୋଟି ଟଙ୍କା ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ ଗ୍ରାମାଞ୍ଚଳ ଏବଂ ସହାରାଞ୍ଚଳରେ ଥିବା ଗରିବ ଦଳିତ ପରିବାରଙ୍କୁ ଭିନ୍ନ ଭାବେ ଚିହ୍ନଟ କରାଯିବ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ମଧ୍ୟ ଦେଇଛନ୍ତି। ଏହି ବୈଠକକୁ ବିଜେପି ବୟକଟ କରିଥିବା ବେଳେ ବିଜେପି ନେତା ମୋଡକୁପଲ୍ଲୀ ନରସିଂହାଲୁ ସାମିଲ ହୋଇଥିଲେ । ଏଭଳି ଏକ ଯୋଜନା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।  

   Related Posts