Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

GST ପରିସରକୁ ଆସିବ ପେଟ୍ରୋଲ-ଡିଜେଲ-ରନ୍ଧନ ଗ୍ୟାସ ! ଖୁବଶୀଘ୍ର ହେବ ନିଷ୍ପତ୍ତି

15/09/2021 at 7:50 AM

ନୂଆଦିଲ୍ଲୀ ୧୫।୦୯: ଜି.ଏସ.ଟି ପରିସରକୁ ଆସିପାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ। ଇନ୍ଧନକୁ ଜି.ଏସ.ଟି. ପରିସରକୁ ଆଣି ସମଗ୍ର ଦେଶରେ ଏକକ କର ବ୍ୟବସ୍ଥା ମଧ୍ୟରେ ଆଣିବା ଲାଗି କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏନେଇ ଆସନ୍ତା ଜି.ଏସ.ଟି ପରିଷଦ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇପାରେ।

ଖବର ଅନୁଯାୟୀ,  ଶୁକ୍ରବାର ଲକ୍ଷ୍ମୌରେ ବସିବାକୁ ଥିବା ଜି.ଏସ.ଟି ପରିଷଦ ବୈଠକରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନା କରିବେ। ଏବେ ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର ବସାଉଛନ୍ତି। ତେବେ କେନ୍ଦ୍ର କର ସହିତ ଦର ଧାର୍ଯ୍ୟ କରିବା ପରେ ପୁଣି ରାଜ୍ୟ କର ଧାର୍ଯ୍ୟ କରୁଛି। ଏହି ବ୍ୟବସ୍ଥା ମଧ୍ୟ ଏହା ଦ୍ବାରା ବନ୍ଦ ହେବ ଏବଂ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମ ହେବା ସମ୍ଭାବନା ରହିଛି।

   Related Posts