Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସେପ୍ଟେମ୍ବର ୨୮ରେ ସର୍ଜିକାଲ ଷ୍ଟାଇକକୁ ପୂରିବ ଚାରି ବର୍ଷ, ପାଳନ କରିବେ କେନ୍ଦ୍ର ସରକାର

27/09/2020 at 3:30 PM

ନୂଆଦିଲ୍ଲୀ ୨୭/୦୯: ଆସନ୍ତା କାଲି ସର୍ଜିକାଲ ଷ୍ଟାଇକକୁ ପୂରିବ ଚାରି ବର୍ଷ । ଏହାର ଚତୁର୍ଥ ବର୍ଷ ପୂର୍ତି ଉତ୍ସବକୁ ଆସନ୍ତାକାଲି (ସୋମବାର) କେନ୍ଦ୍ର ସରକାର ପାଳନ କରିବେ। ଏହି ଦିନ ଭାରତୀୟ ସେନା ପିଓକେ ସୀମାକୁ ପାର୍ କରି ପାକିସ୍ତାନୀ ସେନାଙ୍କ ଆତଙ୍କବାଦୀ କ୍ୟାମ୍ପକୁ ନଷ୍ଟ କରିଥିଲେ।

ଉଲ୍ଲେଖନୀୟ ଯେ ଭାରତୀୟ ଯବାନ ୨୦୧୬ ସେପ୍ଟେମ୍ବର ୨୮-୨୯ରେ ପାକିସ୍ତାନ ଅଧିକୃତ କଶ୍ମୀରରେ ଆାତଙ୍କବାଦୀଙ୍କ ବିରୋଧରେ ସର୍ଜିକାଲ ଷ୍ଟାଇକ କରିଥିଲେ। ପାକିସ୍ତାନ ସେନାକୁ ଉରି ଆକ୍ରମଣର ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହି ଷ୍ଟ୍ରାଇକ କରାଯାଇଥିଲା। ସେପ୍ଟେମ୍ବର ୧୮ରେ ହୋଇଥିବା ଉରି ଆକ୍ରମଣରେ ୧୯ ଜଣ ଭାରତୀୟ ସୈନିକ ଶହିଦ ହୋଇ ଥିଲେ।

ସେପ୍ଟେମ୍ବର ୨୮-୧୯ ରାତିରେ ୧୫୦ କମାଣ୍ଡରଙ୍କ ସାହାଯ୍ୟରେ ସର୍ଜିକାଲ ଷ୍ଟାଇକକୁ ରୂପ ଦିଆଯାଇଥିଲା। ପ୍ରଥମଥର ପାଇଁ ଆତଙ୍କବାଦୀଙ୍କ ବିରୋଧରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ସେନା ଏହି ଅପରେସନ କରିଥିଲେ। ଭାରତୀୟ ଯବାନ ପୂରା ପ୍ଲାନିଂ ସହିତ ସେପ୍ଟେମ୍ବର ୨୮-୨୯ ଅଧରାତିରେ ପିଓକେରେ ୩ କିଲୋମିଟରକୁ ଯାଇଥିଲା ଓ ଆତଙ୍କବାଦୀଙ୍କୁ ମାରିଥିଲା।

ଏମଆଇ-୧୭ ହେଲିକେପ୍ଟର ଜରିଆରେ ୧୫୦ ଜଣ କମାଣ୍ଡର ଏଲଓସିରେ ଓହ୍ଲାଇ ଥିଲେ। ସେଠାରେ ସେନା ଆତଙ୍କବାଦୀଙ୍କ ଉପରେ ଗ୍ରେନେଡ ଫିଙ୍ଗିଥିଲେ। ଦେଖୁ ଦେଖୁ ସେମାନେ ୨୮ ଜଣ ଆତଙ୍କବାଦୀଙ୍କୁ ମାରିଥିଲେ। ଏହି ଆକ୍ରମଣରେ ପାକିସ୍ତାନର ଦୁଇ ଜଣ ଯବାନ ମଧ୍ୟ ପ୍ରାଣ ହରାଇ ଥିଲେ। ରାତି ସାଢ଼େ ୧୨ଟାରୁ ଆରମ୍ଭ ହୋଇଥିବା ଏ ଅପରେସନ ସକାଳ ୪ଟାରେ ଶେଷ ହୋଇଥିଲା। ଦିଲ୍ଲୀରେ ଏହି ଅପରେସନ୍ ଉପରେ ସେନା ମୁଖ୍ୟାଳୟରୁ ପୂରା ରାତି ନଜର ରଖାଯାଇ ଥିଲା। ତେବେ ସର୍ଜିକାଲ ଷ୍ଟ୍ରାଇକର ୨ ବର୍ଷ ପରେ ଅର୍ଥାତ୍ ୨୦୧୮ରେ ସରକାର ସେପ୍ଟେମ୍ବର ୨୮କୁ ‘ସର୍ଜିକାଲ ଷ୍ଟ୍ରାଇକ୍’ ଦିବସ ଭାବେ ପାଳନ କରିବା ନିଷ୍ପତି ନେଲେ।

   Related Posts